ଏବେ ବ୍ୟସ୍ତ ହୁଅନ୍ତୁନି, ରାଜଧାନୀରେ କରୋନା ଚିହ୍ନଟ ନେଇ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା

ଏବେ ବ୍ୟସ୍ତ ହୁଅନ୍ତୁନି, ରାଜଧାନୀରେ କରୋନା ଚିହ୍ନଟ ନେଇ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । କୋଭିଡ୍‌କୁ ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ସଚିବ। ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି' । କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନୂତନ ଗାଇଡ୍‌ଲାଇନ ଆସିନି' । ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଭଲ ଅଛନ୍ତି କହିଲେ ସ୍ବାସ୍ଥ୍ୟ ସଚିବ । ବ୍ୟକ୍ତି ଜଣଙ୍କ କରୋନା ସହ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଅଛନ୍ତି । ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ କରୋନା ଫେରିଛି । ଭୁବନେଶ୍ବରରେ ଜଣେ ବୟସ୍କ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଜଣାପଡ଼ି ନାହିଁ ।

corona

ସେପଟେ ମୁମ୍ବାଇ, ପୁଣେ, ଚେନ୍ନାଇ,ଅହମ୍ମଦାବାଦରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏବେ ସୁଦ୍ଧା ଦେଶରେ କରୋନାରେ ୩ଶହରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ଜେଏନ୍‌ ଡଟ୍‌ ୱାନ୍‌ ହେଉଛି ଓମିକ୍ରନର ଉପପ୍ରଜାତି । ଯାହାର ଲକ୍ଷଣ କରୋନାର ଅନ୍ୟ ପ୍ରଜାତି ପରି ରହିଛି ତେବେ ଆଗକୁ ଏହାର ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ମେ ୨୦ ତାରିଖରେ ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ କୋଭିଡ୍‌-୧୯ରେ ହୋଇଛି ।

ସୂଚନା ମିଳିଛି ରୋଗୀଙ୍କ ନିକଟରେ ସାଧାରଣ ଲକ୍ଷଣ ଦେଖାଦେଉଛି । ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ସୂଚନା ଅନୁସାରେ ସିଙ୍ଗାପୁରରେ କରୋନାର ପ୍ରଜାତି ଜେଏନ୍‌ ଡଟ୍‌ ୱାନ୍‌ର ଦୁଇଟି ପ୍ରଜାତି ଏଲ୍‌ ଏଫ୍‌ -୭ ଓ ଏନ୍‌ବି -୧.୮ରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏହା ଅଧିକ ସଂକ୍ରାମକ ଓ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ କମ କରୁଛି । ଏଲ୍‌ଏଫ୍‌ ଡଟ୍‌ ସେଭେନ୍‌ ଓମିକ୍ରନ୍‌ର ଏକ ଉପପ୍ରଜାତି ।
ନୂଆ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି ଯାହା ପୂର୍ବରୁ ଦେଖିବାକୁ ମିଳୁଥିଲା । ଥଣ୍ଡା ଥକାପଣ ପରି ଲକ୍ଷଣ ପ୍ରକାଶ ପାଉଛି । ସେହିପରି ଏନ୍‌ବି ୱାନ୍‌ ଉପପ୍ରଜାତି ଆମେରିକା, ୟୁରୋପ, ଏସିଆ ଦେଶରେ ଅଧିକ ପ୍ରଭାବ ବିସ୍ତାର କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+