୩୨ରୁ ଅଧିକ ଟଙ୍କାରେ ଆଳୁ ବିକ୍ରି କରିପାରିବେ ନାହିଁ ବ୍ୟବୟାସୀ, ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

Odisha News: ଓଡ଼ିଶାରେ ଆଳୁ ଦର ବଢାଉଛି ଚିନ୍ତା । କେଉଁଠି ୪୫ ଟଙ୍କା ତ କେଉଁଠି ୫୦ ଟଙ୍କାରେ ବିକ୍ରି ହେଉଛି ଆଳୁ ଯେଉଁଥି ପାଇଁ ବର୍ତ୍ତମାନ ଚିନ୍ତାରେ ଖାଉଟି । ପଶ୍ଚିମବଙ୍ଗ ପ୍ରଶାସନର କଟକଣା ଯୋଗୁଁ ଓଡ଼ିଶାବାସୀ ଏବେ ହନ୍ତସନ୍ତ । ଓଡ଼ିଶାକୁ ଆଳୁ ଦେବା ପାଇଁ ମନା କରି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର । ଆଳୁ ଟ୍ରକକୁ ଓଡ଼ିଶା ସୀମା ପାର କରିବା ପାଇଁ ଦେଉ ନାହିଁ ପଶ୍ଚିମବଙ୍ଗ ପୋଲିସ।

ତେବେ ଏନେଇ ଆଜି ଏକ ରାଜ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଗୋଦାମରେ ପହଞ୍ଚି ସ୍ଥିତି ପରଖିଛନ୍ତି । ଯାହା ପରେ ସେ କହିଛନ୍ତି, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଳୁ ଷ୍ଟକ ରହିଛି । ଚିନ୍ତା କରିବାର କୌଣସି ବିଷୟ ନାହିଁ । ତେଣୁ ଯେଉଁମାନେ ଅଧିକ ଦରରେ ଆଳୁ ବିକ୍ରି କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

odisha

ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ୩୨ ଟଙ୍କାରୁ ଅଧିକ ଦରରେ ଆଳୁ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ । ବର୍ତ୍ତମାନ ପଶ୍ଚିମବଙ୍ଗରୁ ଆଳି ଆଣିବା ପାଇଁ ଆଲୋଚନା ଜାରି ରହିଛି । ତେବେ ଯଦି ପଶ୍ଚିମବଙ୍ଗରୁ ଆଳୁ ଆଣାଯିବାରେ ବିଫଳ ହୁଏ ତେବେ ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଆଳୁ ଆମଦାନୀ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+