ହୋଟେଲ ଖାଦ୍ୟ ଭଳି ପ୍ରସାଦକୁ ଅନଲାଇନ ରେ ବିକ୍ରି କରନ୍ତୁ ନାହିଁ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ମହାପ୍ରସାଦର ପବିତ୍ରତା ସ୍ବତନ୍ତ୍ର । କିଛି ଦିନ ତଳେ କିଛି ସଂସ୍ଥା ତରଫ ରୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ ମହାପ୍ରସାଦ ଓ ଶୁଖିଲା ଭୋଗକୁ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ । ଫଳରେ ମହାପ୍ରସାଦ ବିଦେଶରେ ଲୋକଙ୍କ ପାଖରେ ପହଞ୍ଚିବ କିନ୍ତୁ ପବିତ୍ରତା ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ ରାଜି ହୋଇନାହାନ୍ତି ।

Prithviraj Harichandan

'ସାଙ୍ଗରେ ନେବାବେଳେ ମହାପ୍ରସାଦର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବେ କି ନାହିଁ ସେ ସନ୍ଦେହ ଆମ ଭିତରେ ଅଛି ସେ ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଓ ସରକାର ସହମତ ନାହାନ୍ତି । ତେଣୁ ପୁରୀ ଆସି ମହାପ୍ରସାଦ ପାଇ ସୌଭାଗ୍ୟ ପ୍ରାପ୍ତ ହୁଅନ୍ତୁ । ମହାପ୍ରସାଦକୁ ଅନଲାଇନରେ ବିତରଣ କରିବା ଭଳି ଯୋଜନା ନାହିଁ । ମହାପ୍ରସାଦର ଅନଲାଇନ ବିତରଣ ହେଉନାହିଁ । ଅନଲାଇନ ବିକ୍ରି ପାଇଁ କିଛି ଉଦ୍ୟମ ଆରମ୍ବ ହୋଇଥିଲା କିନ୍ତୁ ଏଥିପାଇଁ ସରକାର ଏବଂ ମନ୍ଦିର ପ୍ରଶାସନ ରାଜି ନାହାନ୍ତି । ହୋଟେଲ ଖାଦ୍ୟ ଭଳି ପ୍ରସାଦକୁ ଅନଲାଇନ ରେ ବିକ୍ରି କରନ୍ତୁ ନାହିଁ '। ଶ୍ରଦ୍ଧାଳୁ ସମୁଦାୟଙ୍କୁ ଏଭଳି ଅପିଲ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+