ଟ୍ରମ୍ପଙ୍କୁ ଭେଟିବେ ଜିନପିଙ୍ଗ; ୬ ବର୍ଷ ପରେ ଦକ୍ଷିଣ କୋରିଆ ବୁସାନରେ ହେବ ଆଲୋଚନା

ଚୀନ- ଆମେରିକା ଟାରିଫ ୱାରରେ ପଡିବ ପୂର୍ଣ୍ଣଚ୍ଛେଦ । APEC ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ କୋରିଆରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ସମୟ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ। ଏହି ବୈଠକରେ ଟ୍ରେଡ ଡିଲ ନେଇ ଚୂଡାନ୍ତ ପର୍ଯ୍ୟାୟ ଆଲୋଚନା ହେବ। ବିଶ୍ୱ ବାଣିଜ୍ୟ ଶୃଙ୍ଖଳକୁ ସ୍ଥିର କରିବା ସହ ବାଣିଜ୍ୟ ଯୁଦ୍ଧର ପ୍ରଭାବ ହ୍ରାସ ପାଇଁ ଏହି ବୈଠକକୁ ବେଶ ଗୁରୁତ୍ୱ ଦିଆଯାଉଛି। ବୈଠକର ଫଳାଫଳ ନେଇ ଆଶାବାଦୀ ଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି। ଚୀନ ଓ ଆମେରିକା ମଧ୍ୟରେ ଅସ୍ଥାୟୀ ବାଣିଜ୍ୟ ଚୁକ୍ତି ହୋଇଥିଲା।

Donald Trump Xi Jinping Meeting

ଏହି ଅସ୍ଥାୟୀ ଚୁକ୍ତିର ମିଆଦ ନଭେମ୍ବର ୧୦ ତାରିଖରେ ଶେଷ ହେବ। ତେବେ ପ୍ରଯୁକ୍ତି, EV ଏବଂ ପ୍ରତିରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବିରଳ ଖଣିଜ ଉପରେ ଚୀନର ନିୟନ୍ତ୍ରଣକୁ ନେଇ ପୁଣି ଚୀନ ଆମେରିକା ବିବାଦ ତେଜିଥିଲା। ଚୀନ ଉପରେ ଶହେ ପ୍ରତିଶତ ଟାରିଫ ଲାଗୁ କରିବାକୁ ଧମକ ଦେଇଥିଲେ ଟ୍ରମ୍ପ। ସେହିପରି ଆଜିର ବୈଠକରେ ଫେଣ୍ଟାନିଲ୍ ଭଳି ନିଶାଦ୍ରବ୍ୟ ଚୋରାଚାଲାଣ ଓ ସୀମା ସୁରକ୍ଷା ଉପରେ ଗୁରୁତ୍ୱ ଦେବେ ଟ୍ରମ୍ପ। ଏହା ବ୍ୟତୀତ ୟୁକ୍ରେନ, ଉତ୍ତର କୋରିଆ ଏବଂ ତାଇୱାନ ଭଳି ଭୂ-ରାଜନୈତିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ। ସେମିକଣ୍ଡକ୍ଟର ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଯୋଗାଣ ଶୃଙ୍ଖଳ ପୃଥକ କରିବା ମଧ୍ୟ ଏକ ବଡ଼ ପ୍ରସଙ୍ଗ ହେବ। ବୈଠକ ପୂର୍ବରୁ ସି ଜିନପିଙ୍ଗକୁ ପ୍ରଶଂସା କରିଛନ୍ତି ଟ୍ରମ୍ପ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+