ପୀତବାସ ହତ୍ୟା ମାମଲା ; ମାମଲା ପ୍ରତ୍ୟାହାର ପାଇଁ ଧମକ ଆସୁଛି ହତ୍ୟା ଧମକ , ପତ୍ନୀଙ୍କ ପ୍ରେସମିଟ୍‌

ପୀତବାସ ହତ୍ୟା ମାମଲାରେ ପତ୍ନୀଙ୍କ ପ୍ରେସମିଟ୍‌ । ମାମଲା ପ୍ରତ୍ୟାହାର ପାଇଁ ଧମକ ଆସୁଥିବା ଅଭିଯୋଗ କଲେ ପତ୍ନୀ। ଅଜଣା ନମ୍ବରରୁ ପୁଅ ପାଖକୁ ୨ ଥର ଧମକପୂର୍ଣ୍ଣ କଲ୍ ଆସିଛି । ମାମଲା ପ୍ରତ୍ୟାହାର ନ କଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି' । ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି' । ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଧମକ ଦିଆଯାଉଛି । 'ଧମକପୂର୍ଣ୍ଣ ଫୋନ୍ କଲ୍‌କୁ ନେଇ ଆମେ ଭୟଭୀତ ଅଛୁ'। 'ଆମ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଦିଆଯାଉ' ।

Domestic violence case

ଅନ୍ୟପଟେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ରିମାଣ୍ଡରେ ଯିବେ ଉମା ଓ ଯୋଗେନ୍ଦ୍ର । ଏଥିପାଇଁ ପୋଲିସ ପକ୍ଷରୁ ଏସଡିଜେଏମଙ୍କ କୋର୍ଟରେ ଆବେଦନ କରାଯିବ ବୋଲି ଜଣାପଡିଛି l ପୀତବାସ ହତ୍ୟା ମାମଲାରେ ଗିରଫଙ୍କ ମଧ୍ୟରୁ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନେଇ ପ୍ରଥମ ପର୍ଯ୍ୟାୟ ଜେରା ସାରିଛି । ଏବେ ପୁଣିଥରେ ସେମାନଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ଉମା ବିଶୋୟୀ ଓ ଯୋଗେନ୍ଦ୍ର ରାଉତକୁ ରିମାଣ୍ଡରେ ନେଇ ଅଧିକ ଜେରା କରାଯିବ ବୋଲି ସୂଚନା ମିଳିଛି l ଏନେଇ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ କ୍ୟାମେରା ସାମ୍ନାରେ ତଥ୍ୟ ରଖିନଥିଲେ ବି ପୁଣି ଥରେ ଦୁଇ ଜଣଙ୍କୁ ରିମାଣ୍ଡରେ ନିଆଯିବ ବୋଲି କହିଥିଲେ ।

ପୂର୍ବରୁ ଏମାନଙ୍କୁ ସାତ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିଥିଲେ ବି ମାଜିଷ୍ଟ୍ରେଟ କେବଳ ଦୁଇ ଦିନ ରିମାଣ୍ଡ ପାଇଁ ମଞ୍ଜୁର କରିଥିଲେ l ସତ ଉଗାରିବା ପାଇଁ ପୋଲିସ ପୁଣି ଥରେ ଉମା ଓ ଯୋଗୀନ୍ଦ୍ରଙ୍କୁ ରିମାଣ୍ଡରେ ନେଇପାରେ । ହତ୍ୟା କାଣ୍ଡ ଘଟାଇବା ପାଇଁ ଏହି ଦୁଇଜଣ ହିଁ ହତ୍ୟାକାରୀ ଓ ସହଯୋଗୀ ସହ ଯୋଗାଯୋଗରେ ରହି ବନ୍ଧୁକ, ବାଇକ, ନୂଆ ଡ୍ରେସ, ଜୋତା ଆଦି ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁ ଙ୍କୁ ଦେଇଥିଲେ l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+