ଘରୋଇ କଳି ନେଲା ଭୟଙ୍କର ରୂପ, ବିଷ ପିଇଲେ ୨ ଭଉଣୀ

Odisha Crime News: ଘରୋଇ କଳି ନେଲା ଭୟଙ୍କର ରୂପ, ଅକାଳେ ଗଲା ଜୀବନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ମହାଲିକ୍ ପଡ଼ା ଗାଁରେ ଏପରି ଘଟଣା ଘଟିଛି । ବିଷ ପିଇ ବଡ଼ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି । ମୃତ ମହିଳା ଜଣଙ୍କ ହେଲେ ନଳିନୀ ସାହୁ, ତାଙ୍କ ସାନ ଭଉଣୀ ସାଲିନୀ ମହାଳିକଙ୍କ ଅବସ୍ଥା ଗୁରୁତର ଅଛି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ, ମହାଲିକପଡ଼ା ଗାଁରେ ମଣ୍ଟୁ ସାହୁ ଓ ପତ୍ନୀ ନଳିନୀ ସାହୁ ନିଜ ୨ ବର୍ଷ ପୁଅ ସହ ରହୁଥିଲେ । ସାନ ଭଉଣୀ ସାଲିନୀ କିଛି ଦିନ ହେବ ନିଜ ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ ଏବଂ ସେଠି ରହୁଥିଲେ । ମଣ୍ଟୁ ସାହୁ ଘରେ ନଥିବା ବେଳେ ଦୁଇ ଭଉଣୀଙ୍କୁ ନେଇ କୌଣସି କାରଣରୁ ଝଗଡ଼ା ହୋଇଥିଲା । ପରେ ଦୁଇ ଭଉଣୀଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା ଏବଂ ଉଭୟ ବିଷ ପିଇ ଦେଇଥିଲେ ।

Domestic dispute turns violent

ପରେ ଉଭୟଙ୍କୁ ବୌଦ୍ଧ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ବଡ଼ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ ଗୁରୁତର ଥିବା ନେଇ ସୂଚନା ରହିଛି । ତାଙ୍କର ଚିକିତ୍ସା ଜାରି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ମୃତ ଦେହକୁ ଜବତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+