ବୋହୂ ଦେଲା ଧାରଣା ଆତ୍ମହତ୍ୟା କଲେ ଶାଶୁ
Berhampur: Domestic Dispute- Mother In Law Commits Suicide ବୋହୂ ଦେଲା ଧାରଣା ଆତ୍ମହତ୍ୟା କଲେ ଶାଶୁ
ବ୍ରହ୍ମପୁର: ବୋହୂ ଶାଶୁଘର ସାମ୍ନାରେ ଦେଲା ଧାରଣା ଆତ୍ମହତ୍ୟା କଲେ ଶାଶୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଗଞ୍ଜାମ ଏନ୍ଏସିର ମଧ୍ୟ ଖଣ୍ଡସାହିରେ । ଶାଶୁ ଘର ସାମ୍ନାରେ ବସି ପାରିବାରିକ କଳହକୁ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲା ବୋହୂ ହେଲେ ଲୋକଲଜ୍ଜା ଭୟରେ ଫିନାଇଲ୍ ପିଇ ଆତ୍ମହତ୍ୟା କରିଥିଲେ ଶାଶୁ ସୁଷମା ପଣ୍ତା ।

ତେବେ ୨୦୨୦ରେ ସୁଷମା ପଣ୍ତାଙ୍କ ପୁଅଙ୍କ ବିବାହ ତନ୍ମୟୀ ସହ ହୋଇଥିଲା । ବିବାହର ମାତ୍ର ୧୦ ଦିନ ପରେ ହିଁ ଉଭୟଙ୍କ ମଧ୍ୟ କଳହ ହୋଇଥିଲା । ଏହା ପରେ ପତ୍ନୀ ତନ୍ମୟୀ ବାପ ଘରକୁ ଚାଲି ଯାଇଥିଲେ । ମହିଳା ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ ମଧ୍ୟ କରିଥିଲେ ତନ୍ମୟୀ । ମାମଲା କୋର୍ଟରେ ବିଚାରାଧୀନ ରହିଥିବା ବେଳେ କଳହର ସମାଧାନ ପାଇଁ ତନ୍ମୟୀ ଆପଣାଇଥିଲେ ଏହି ଉପାୟ । ନିଜ ଆଈଙ୍କ ସହିତ ତନ୍ମୟୀ ଶାଶୁ ଘର ସାମ୍ନାରେ ଧାରଣାରେ ବସିଥିଲେ । ଯାହାକୁ ସହଜର ଗ୍ରହଣ କରିପାରି ନଥିଲେ ତାଙ୍କ ଶାଶୁ ଓ ଆଜି ସକାଳେ ସୁଷମା ପଣ୍ଡା ଫିନାଇଲ୍ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତି କରାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୋହୂ ତନ୍ମୟୀ ଘର ସାମ୍ନାରେ ଧାରଣା ଦେବା ପରେ ସୁଷମା ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।












Click it and Unblock the Notifications