ଟ୍ରେନ୍‌ ଚକ ତଳେ ୯ ମାସରେ ୨୫୨ ଗୃହପାଳିତ ପଶୁ ମୃତ, ନିରାକାରପୁର-ବାଲୁଗାଁ ମଧ୍ୟରେ ସର୍ବାଧିକ

୨୦୨୫ ସେପ୍ଟେମ୍ବର ମାସ ସୁଦ୍ଧା ଟ୍ରେନ୍‌ ଧକ୍କାରେ ୨୫୨ଟି ଗୃହପାଳିତ ପଶୁଙ୍କର ଜୀବନ ଯାଇଛି । ମୃତ୍ୟୁ ଘଟିଥିବା ଗୃହପାଳିତ ପଶୁଙ୍କ ମଧ୍ୟରେ ଗାଈ, ଷଣ୍ଢ, ବାଛୁରିଙ୍କ ସଂଖ୍ୟା ଅଧିକ। ହିସାବ ଦେଖିଲେ ପ୍ରତିଦିନ କେଉଁଠି ନା କେଉଁଠି ଗୋଟିଏ ଲେଖାଏଁ ଗୃହପାଳିତ ପଶୁଙ୍କର ଟ୍ରେନ୍‌ ଧକ୍କାରେ ମୃତ୍ୟୁ ହୋଇଛି। କେବେ ମାଲବାହୀ ତ ଆଉ କେବେ ଯାତ୍ରାବାହୀ ଟ୍ରେନ୍‌ ଚକ ତଳେ ସେମାନଙ୍କ ଜୀବନ ଯାଉଛି।

ଭାରତୀୟ ରେଳବାଇ ପକ୍ଷରୁ ସଚେତନତା ସମେତ ଏକାଧିକ ପଦକ୍ଷେପ ହାତକୁ ନିଆଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ବରଂ ସଂଖ୍ୟା ବର୍ଷକୁ ବର୍ଷ ବଢ଼ୁଛି। ୨୦୨୧ରୁ ୨୦୨୪ ମଧ୍ୟରେ ଯେତିକି ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲା, କେବଳ ୨୦୨୫ର ଗତ ୯ ମାସ ମଧ୍ୟରେ ତା'ଠାରୁ ଅଧିକ ପଶୁ ମରିବା ଏବେ ଚିନ୍ତାର କାରଣ ପାଲଟିଛି।

domestic animal killed under train wheels

ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ଅଧୀନରେ ଅସୁଥିବା ଜିଲ୍ଲାଗୁଡ଼ିକରେ ଗତ ପାଞ୍ଚ ବର୍ଷ ମଧ୍ୟରେ ୫୦୧ଟି ଗୃହପାଳିତ ପଶୁ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୨୦୨୧ରେ ମାତ୍ର ୨୮ଟି ଗୃହପାଳିତ ପଶୁଙ୍କ ଜୀବନ ଯାଇଥିବା ବେଳେ ୨୦୨୨ରେ ୭୨, ୨୦୨୩ରେ ୬୭ ଓ ୨୦୨୪ରେ ୮୨ଟି ରହିଥିଲା। ଏହିପରି ଭାବେ ୪ ବର୍ଷ ମଧ୍ୟରେ ୨୪୯ଟି ପଶୁଙ୍କ ମୃତ୍ୟୁ ‌ଘଟିଥିବା ବେଳେ ୨୦୨୫ରେ ବର୍ତ୍ତମାନ ସୁଦ୍ଧା ୨୫୨ଟି ଗୃହପାଳିତ ପଶୁ ମରିଛନ୍ତି। ଚିନ୍ତାର କାରଣ ହେଉଛି ଯେ ଖୋର୍ଦ୍ଧା ଜିଲ୍ଲାରେ ଗୃହପାଳିତ ପଶୁଙ୍କ ମୃତ୍ୟୁ ସଂଖ୍ୟା ଶୀର୍ଷରେ ରହିଛି। ନିରାକାରପୁରରୁ ବାଲୁଗାଁ ମଧ୍ୟରେ ସର୍ବାଧିକ ୫୫ଟିଟି ଦୁର୍ଘଟଣା ଘଟିଛି। ସହରାଞ୍ଚଳ ତଥା ଭୁବନେଶ୍ବର ଆସୁଥିବା ବାରଙ୍ଗରୁ ରେତଙ୍ଗ ‌ଷ୍ଟେସନ୍‌ ମଧ୍ୟରେ ୭ଟି ଗୃହପାଳିତ ପଶୁ ମରିଛନ୍ତି। କଟକ, ‌ଜଗତ୍‌ସିଂହପୁର, ଢେଙ୍କାନାଳ, ପୁରୀ, ନୟାଗଡ଼, ଭଦ୍ରକ, ଯାଜପୁର ଜିଲ୍ଲାର ବିଭିନ୍ନ ରେଳ ଲାଇନ୍‌ରେ ଦୁର୍ଘଟଣା ଘଟି ନିରିହ ପଶୁଙ୍କ ଜୀବନ ଯାଇଛି।

ଦୁର୍ଘଟଣା ରୋକିବାକୁ ଖୋର୍ଦ୍ଧାରୋଡ ରେଳମଣ୍ଡଳ ପକ୍ଷରୁ ରେଳଧାରଣା ନିକଟବର୍ତ୍ତୀ ଗାଁଗୁଡ଼ିକରେ ସଚେତନତା ଅଭିଯାନ କରାଯାଇଛି। ପ୍ରତ୍ୟକ୍ଷ କିମ୍ବା ଗଣମାଧ୍ୟମ ଜରିଆରେ ଗାଁରେ ସଭା ଓ ଘୋଷଣା ମାଧ୍ୟମରେ ଜନସଚେତନତା ସୃଷ୍ଟି ହୋଇଥିଲେ ମଧ୍ୟ କେତେକ ସ୍ଥାନରେ ଗ୍ରାମବାସୀ ଏହାକୁ ଭ୍ରୁକ୍ଷେପ ନକରି ରେଳଧାରଣା ନିକଟରେ ପଶୁ ଚରାଇବା ଜାରି ରଖୁଛନ୍ତି। ପରିଣାମ ସ୍ବରୂପ ରେଳ ଚଳାଚଳ ବିଳମ୍ବ ହେବା ସହ ଲୋକୋମୋଟିଭର କ୍ଷତିଗ୍ରସ୍ତ ହେଉଛି। ଯାତ୍ରୀଙ୍କର ବି ଅସୁବିଧା ସୃଷ୍ଟି ହେଉଛି। ଏହି ସମସ୍ୟା ଏଡ଼ାଇବାକୁ ରେଳମଣ୍ଡଳ ପକ୍ଷରୁ ରେଳଧାରଣା ନିକଟ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବାଡ଼ଦେବା କାମ କରାଯିବା ସହ ସ୍ଥାନୀୟ ପଞ୍ଚାୟତ ଓ ଗ୍ରାମ ସମିତି ମିଶି ସଚେତନତା ଶିବିର ଆୟୋଜନ ହେଉଛି। ରେଳଧାରଣା ନିକଟରେ ଗୃହପାଳିତ ପଶୁ ନ ଚରାଇବା, ଗାଈଗୋରୁ, ଛେଳି ମେଣ୍ଢା, ମଇଁଷି ଆଦିକୁ ଖୋଲା ସ୍ଥାନ ନ ଛାଡ଼ିବାକୁ ରେଳମଣ୍ଡଳ ପକ୍ଷରୁ ପୁଣିଥରେ ଅନୁରୋଧ କରାଯାଇଛି। ରେଳ ଆଇନ ଅନୁଯାୟୀ ଏଭଳି କରିବା ଦଣ୍ଡନୀୟ ଅପରାଧ ହୋଇଥିବାରୁ ଜନସାଧାରଣ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି।

ରେଳମଣ୍ଡଳର ଜଣେ ଅଧିକାରୀ କହିଛନ୍ତି ଯେ ଗୁହାଳରେ ଗାଈ ନ ରଖି ଲୋକେ ସେମାନଙ୍କୁ ଖୋଲା ଛାଡ଼ି ଦେଉଛନ୍ତି। କେବଳ ସେତିକି ନୁହେଁ, ଚାଷ କାର୍ଯ୍ୟରେ ବଳଦଙ୍କ ବ୍ୟବହାର କମିଥିବାରୁ ଅଣ୍ଡିରା ବାଛୁରିଙ୍କୁ ଖୋଲା ଛାଡ଼ି ଦିଆଯାଉଥିବାରୁ ସମସ୍ୟା ଅଧିକ ଜଟିଳ ହେଉଛି। କେତେକ ସ୍ଥାନରେ ଟ୍ରେନ୍‌ ଲାଇନ୍‌ ନିକଟରେ ବଜାର ରହୁଥିବାରୁ ପନିପରିବା ଚୋପ‌ା ସେଠାରେ ଗଦା ହେଉଛି ଏବଂ ଗାଈଗୋରୁ ତାକୁ ଖାଉଛନ୍ତି। ଟ୍ରେନ୍‌ ଯିବା ସମୟରେ ଅସାବଧାନତା କାରଣରୁ ସେମାନେ ଟ୍ରେନ୍‌ ଲାଇନ୍‌କୁ ଆସି ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏବର୍ଷ ଗୃହପାଳିତ ପଶୁଙ୍କ ମୃତ୍ୟୁ ଅକସ୍ମାତ ବଢ଼ିଥିବାରୁ ଲୋକଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+