ଆଜି ପବିତ୍ର ଦୋଳପୂର୍ଣ୍ଣିମା, ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ
ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଗାଁଠୁ ସହର ଉତ୍ସବ ମୁଖର ପରିବେଶ । ଶ୍ରୀମନ୍ଦିରରେ ହେଉଛି ସ୍ୱତନ୍ତ୍ର ନୀତି । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କ ଗହଣରେ ଫଗୁ ଖେଳିବେ ମହାପ୍ରଭୁ ।

ପୁରୀ: ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଗାଁଠୁ ସହର ଉତ୍ସବ ମୁଖର ପରିବେଶ । ଶ୍ରୀମନ୍ଦିରରେ ହେଉଛି ସ୍ୱତନ୍ତ୍ର ନୀତି । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କ ଗହଣରେ ଫଗୁ ଖେଳିବେ ମହାପ୍ରଭୁ ।
ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ହୋଲିରେ ଏକାକାର ହେବେ ଭକ୍ତ ଏବଂ ଭଗବାନ । ଘଣ୍ଟ ହୁଳହୁଳିରେ ପ୍ରକମ୍ପିତ ହୋଇଛି ପରିବେଶ । ଆଜି ଭକ୍ତଙ୍କ ସହ ଫଗୁ ଖେଳିବେ ମହାପ୍ରଭୁ । ଆଜି ଶ୍ରୀଜିଉ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି । ଭୋର ସାଢେ ୩ଟା ସମୟରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତି,ମଇଲମ, ତଡପଲାଗି, ଅବକାଶ, ସରିବା ପରେ ମହପ୍ରଭୁଙ୍କର ସୁନା ବେଶ ହୋଇଥାଏ । କରିଟି, ଚୂଳ, ଚନ୍ଦ୍ରିକା, ଆଡକାନି, ଚିନ୍ଦ୍ରସୂର୍ଯ୍ୟ, ହରିଡା ମାଳ ଏବଂ ତବିଜ ମାଳ ଆଜି ସ୍ୱର୍ଣ୍ଣ ଅଳଙ୍କାରରେ ମହପ୍ରଭୁ ବିଭୂଷିତ ହୋଇଥାନ୍ତି ।
ସକାଳ ଧୂପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଦୋଳବେଦୀକୁ ବିଜେ କରିଥାନ୍ତି । ପାଲିଙ୍କିରେ ୨୧ ଘେରା ପରିକ୍ରମା କରି ଝୁଳଣା ମଣ୍ତପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ । ଆଜି ମହାପ୍ରଭୁଙ୍କ ରାଜାଧିରାଜ ବେଶ ଦର୍ଶନ କରିବା ପାଇଁ ବଡି ଭୋରୁ ବଡ଼ ଦାଣ୍ତରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।












Click it and Unblock the Notifications