ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ
ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ । ବିଏମ୍ସି କାର୍ଯ୍ୟାଳୟରେ ସ୍ବାନ ଉଦ୍ଧାର ଗାଡ଼ିର ଶୁଭାରମ୍ଭ। ବିଏମ୍ସି ଅଧୀନରେ ୭୦ ହଜାରରୁ ଊର୍ଦ୍ଧ୍ବ ବୁଲା କୁକୁର ଅଛନ୍ତି । ପ୍ରତି ମାସରେ ୨ ହଜାର ବନ୍ଧ୍ୟାକରଣ ଲକ୍ଷ୍ୟ ରଖିଛି ବିଏମ୍ସି ।

ସେମାନଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ହାଇଦ୍ରାବାଦ ସ୍ଥିତ ଭେଟ୍ସ ସୋସାଇଟ୍ ଫର୍ ଆନିମଲ ଓ୍ୱେଲଫେୟାର ଆଣ୍ଡ ରୁରାଲ ଡେଭଲପମେଣ୍ଟ ସାହାଯ୍ୟ ନିଆଯାଇଛି । ଆସନ୍ତା ୩ ବର୍ଷ ପାଇଁ ଏହି ବନ୍ଧ୍ୟାକରଣ ପ୍ରକ୍ରିୟା ଜାରି ରହିବ । ବନ୍ଧ୍ୟାକରଣ ଦ୍ୱାରା ସହରରେ ବୁଲା କୁକୁରଙ୍କର ସଂଖ୍ୟା ବୃଦ୍ଧିକୁ ରୋକିବାକୁ ଲକ୍ଷ୍ୟ ରହିଛି । ବନ୍ଧ୍ୟାକରଣ ସହ କୁକୁର ଗଣନା କରିବ ଭୁବନେଶ୍ୱର ମହାନଗର ନିଗମ । ସମୁଦାୟ ୬୭ଟି ଓ୍ୱାର୍ଡରେ ପୂର୍ବପରି ବୁଲା କୁକୁର ଗଣନା କାର୍ଯ୍ୟ କରାଯିବାର ଯୋଜନା ରହିଛି । ଏହି କାର୍ଯ୍ୟରେ ବିଏମସିର ସ୍ୱଚ୍ଛ ସାଥୀମାନେ ମଧ୍ୟ ସହାୟତା କରିବେ । ଏହି କାର୍ଯ୍ୟକୁ ବିଏମ୍ସିର ଭେଟେନାରି ଡାକ୍ତରମାନେ ତଦାରଖ କରିବେ ।












Click it and Unblock the Notifications