ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ BMCରୁ ଆରମ୍ଭ ହେବ କୁକୁର ଗଣନା

ଗଣନାରେ ସ୍ଵଛସାଥୀ, ସଫେଇ କର୍ମୀ, BMC ଅଧିକାରୀ ସାମିଲ ହେବେ ।
ଗଣନା ପୂର୍ବରୁ BMC ପକ୍ଷରୁ ସମସ୍ତଙ୍କୁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ । ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଗଣନା ଶେଷ ହେବ' ।
ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା ହେବ ।
ରାଜ୍ୟରେ ବୁଲା କୁକୁରମାନଙ୍କର ଗଣନା କରିବେ ସରକାର; ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ
ରାଜ୍ୟରେ ବୁଲା କୁକୁରମାନଙ୍କର ଗଣନା କରିବେ ସରକାର । ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯିବ ।
ଏବେ ରାଜ୍ୟରେ ୭ ଲକ୍ଷ ବୁଲା ଓ ୬୪ ହଜାର ପୋଷା କୁକୁର ଅଛନ୍ତି।
ବୁଲା କୁକୁରମାନଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ।
ରାସ୍ତା କଡ଼ରେ ଖାଇବା ନ ଦେବାକୁ ଲୋକଙ୍କୁ କରାଯିବ ସଚେତନ ।
ହିଂସ୍ର ଓ ଜଳାତଙ୍କ ରୋଗରେ ପୀଡ଼ିତ କୁକୁରଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ । ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରାଣୀ ସମ୍ପଦ ବିଭାଗର ତତ୍ପରତା ।












Click it and Unblock the Notifications