ବୋରୱେଲ ଗାତରେ ଫସିଥିବା ରାହୁଲକୁ ନେଇ ନିର୍ମାଣ ହେବ ସିନେମା
ବୋରୱେଲ ଗାତରେ ଫସିଥିବା ରାହୁଲକୁ ନେଇ ନିର୍ମାଣ ହେବ ସିନେମା । ଛତିଶଗଡ଼ ସରକାର ଏହି ଘଟଣା ଉପରେ ଫିଲ୍ମ ପ୍ରସ୍ତୁତ କରିବେ ।
ଜୟପୁର: ବୋରୱେଲ ଗାତରେ ଫସିଥିବା ରାହୁଲକୁ ନେଇ ନିର୍ମାଣ ହେବ ସିନେମା । ଛତିଶଗଡ଼ ସରକାର ଏହି ଘଟଣା ଉପରେ ଫିଲ୍ମ ପ୍ରସ୍ତୁତ କରିବେ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଉଦ୍ଧାରକାରୀ ଦଳଙ୍କୁ ସମ୍ମାନିତ କରିବା ପରେ ଫିଲ୍ମ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ୫ ଦିନ ବୋରୱେଲରେ ଫସି ରହିବା ପରେ ରାହୁଲଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା ।

ତେବେ ରାହୁଲ୍ ସାହୁକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର। ୫ ଦିନ ଧରି ବୋରୱେଲ୍ରେ ପଡ଼ି ରହିଥିବା ରାହୁଲକୁ ଉଦ୍ଧାର କରିବାକୁ କିପରି ଭବେ ଉଦ୍ଧାରକାର୍ଯ୍ୟ କରାଯାଇଥିଲା ଓ ଶେଷରେ କିପରି ପରିସ୍ଥିତିରେ ରହୁଲ ନୂଆ ଜୀବନ ପାଇଲା ସେ ନେଇ ଚଳଚ୍ଚିତ୍ର ତିଆରି ହେବ ।
ବୋରୱେଲ ଗାତରେ ଫସିଥିବା ଦିବ୍ୟାଙ୍ଗ ନାବାଳକକୁ ଉଦ୍ଧାର କରିବା ପାଇଁ ସେନା, ଏନଡିଆରଏଫ, ଏସଡିଆରଫ ଟିମ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଦିନରାତି ଏକ କରିଦେଇଥିଲେ । ପ୍ରଥମେ ବୋରୱେଲର ସମାନ୍ତରାଳର ଏକ ଗାତ ଖୋଳା ଯାଇଥିଲା, ଏହାପରେ ଏକ ସୁଡଙ୍ଗ ଖୋଲି ସେହି ସୁଡଙ୍ଗ ଜରିଆରେ ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା ।
ନିକଟରେ ମୁଖ୍ୟମନ୍ତ୍ରୀ ବଘେଲ୍ ରହୁଲଙ୍କୁ ପ୍ରଂଶସା କରି କହିଥିଲେ ଆମ ପିଲା ଭାରି ସାହସୀ। ଭିଡିଓ ସହିତ ହିନ୍ଦୀ ଭାଷାରେ ଟୁଇଟ୍ କରି ସେ ଲେଖିଥିଲେ, ' ଆମ ପିଲା ବଡ଼ ସାହସୀ। ବୋର୍ୱେଲ୍ ଭିତରେ ତା' ସହିତ ୧୦୪ ଘଣ୍ଟା କାଳ ରହିଥିଲେ ଗୋଟାଏ ସାପ ଓ ଗୋଟାଏ ବେଙ୍ଗ। ଆଜି ସମଗ୍ର ଛତିଶଗଡ଼ ଉତ୍ସବ ମୁଖରିତ। ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରି ଆସୁ। ଆମ ସମସ୍ତଙ୍କର ଶୁଭକାମନା। ଏହି ଅଭିଯାନରେ ସାମିଲ ହୋଇଥିବା ସବୁ ଟିମ୍କୁ ପୁଣି ଥରେ ଅଭିନନ୍ଦନ ଓ ଧନ୍ୟବାଦ।'












Click it and Unblock the Notifications