ଡାକ୍ତର ଆନ୍ଦୋଳନ ରୋକିବାକୁ ଲାଗିଲା ଏସମା, ୬ ମାସ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିପାରିବେନି ଡାକ୍ତର

ଡାକ୍ତର ଆନ୍ଦୋଳନରେ ଲାଗିବ ରୋକ । ୧୦ ଦଫା ଦାବି ପୂରଣ ଦାବିରେ ଗତ କିଛି ଦିନ ଧରି ଡାକ୍ତରମାନେ ଆନ୍ଦୋଳନ ଚଳାଇଥିବା ବେଳେ କଲବଲ ହେଉଛନ୍ତି ରୋଗୀ। ଏଥିଯୋଗୁ ରୋଗୀସେବା ଗୁରୁତର ବାଧାପ୍ରାପ୍ତ ହେଉଥିବାରୁ ରାଜ୍ୟ ସରକାର ନେଇଛନ୍ତି କଡ଼ା ପଦକ୍ଷେପ । ଡାକ୍ତର ଆନ୍ଦୋଳନ ରୋକିବାକୁ ରାଜ୍ୟ ସରକାର ଏସମା ଲାଗୁ କରିଛନ୍ତି।

Doctors strike

ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ଅର୍ଥାତ ୬ ମାସ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିପାରିବେନି ଡାକ୍ତର।ଡାକ୍ତରଙ୍କ ଆନ୍ଦୋଳନ ଉପରେ ESMA ଲାଗୁ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।୬ ମାସ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ।ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଧର୍ମଘଟ ଓ କାର୍ଯ୍ୟବନ୍ଦ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି।

ESMA ଆଇନ ଲାଗୁ ହେଲେ ଜରୁରୀକାଳୀନ ସେବାକୁ ରୋକା ଯାଇପାରିବନି କିମ୍ବା ଆନ୍ଦୋଳନ କରି ଏହାକୁ ବନ୍ଦ କରି ହେବନି।୧୦ ଦଫା ଦାବି ନେଇ ଓମସା ପକ୍ଷରୁ ରାଜ୍ୟବ୍ୟାପୀ ଡାକ୍ତରଙ୍କ ଦୁଇ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରହିଛି।ଯେଉଁଥିପାଇଁ ଏବେ କଡ଼ାକଡ଼ି ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର।

ଏହି ନିର୍ଦ୍ଦେଶାନାମାରେ କୁହାଯାଇଛିଯେ, ଜନସାଧାରଣଙ୍କ ସ୍ବାର୍ଥକୁ ନଜରରେ ରଖି ଡାକ୍ତର, ନର୍ସିଂ ଅଫିସର. ଫାର୍ମାସିଷ୍ଟ, ଅନ୍ୟ ପାରାମେଡିକ୍ସ, ଟେକନିସିଆନ୍, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇପାରିବେ ନାହିଁ। ଏପରିକି ଠିକା କର୍ମଚାରୀଙ୍କୁ ମଧ୍ୟ ଏହି ଆନ୍ଦୋଳନରେ ସାମିଲ କରାଯାଇଛି।

ଅପରପକ୍ଷେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓମସା ସଭାପତି ଡା. କିଶୋର ମିଶ୍ର କହିଛନ୍ତି। ରାଜ୍ୟ ସରକାର ଏସମା ଲାଗୁ କରି ଡାକ୍ତରଙ୍କୁ ଗିରଫ କରିବାକୁ ଚାହୁଁଥିଲେ ସେଥିପାଇଁ ମଧ୍ୟ ସଂଘ ପ୍ରସ୍ତୁତ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+