Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଖାଲି ପଡିଛି ୫୦୧୪ ଡାକ୍ତର ପଦବୀ, ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

Odisha Doctor: ରାଜ୍ୟରେ ଖାଲି ପଡିଛି ୫୦୧୪ ଡାକ୍ତର ପଦବୀ । ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ପଦବୀ ଖାଲି ପଡିଥିବା ବେଳେ ୩୦ଟି ଜିଲ୍ଲାରେ ୩୭୫ ସିଏଚସିରେ ନାହାଁନ୍ତି ଡାକ୍ତର । ସର୍ବାଧିକ ଗଞ୍ଜାମରେ ୪୫୦,ମୟୂରଭଞ୍ଜରେ ୩୦୯ଟି ପଦବୀ ଖାଲି ଥିବା ନେଇ ସୂଚନା ରହିଛି । ସେହିପରି ଖୋର୍ଦ୍ଧାରେ ୧୨, କଟକରେ ୨୮୧ , ମୟୂରଭଞ୍ଜରରେ ୮୭ ଏବଂ ଗଞ୍ଜାମରେ ମଧ୍ୟ ୮୭ଟି ସ୍ସେଶାଲିଷ୍ଟ ଡାକ୍ତରଙ୍କ ପଦବୀ ଖାଲି ପଡିଛି । ସୋମବାର ଦିନ ଗୃହରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

Doctor posts vacancy in Odisha

ସେହିପରି ଦୀର୍ଘଦିନ ଧରି ଛୁଟିରେ ରହିଥିବା ୧୯୬ ଜଣ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ସରକାର। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁସାରେ ୧୯୬ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଦୀର୍ଘ ଦିନ ହେବ ଛୁଟିରେ ରହିଛନ୍ତି । ଯାଞ୍ଚରେ ଯଦି ସେମାନଙ୍କ ଛୁଟିର କାରଣ ଯଥାର୍ଥ ନ ଥିବ ତେବେ ତାଙ୍କ ବିରୋଧରେ ସରକରାଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+