ନବୀନ ନିବାସରେ ଡାକ୍ତର ଦତ୍ତେଶ୍ବର ହୋତା, ରାଜ୍ୟସଭା ପ୍ରାର୍ଥୀ କରିପାରେ ବିଜେଡି
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ଡାକ୍ତର ଦତ୍ତେଶ୍ବର ହୋତା ନବୀନ ନିବାସରେ ପହଞ୍ଚିବା ପରେ ବଢ଼ିଲା ଚର୍ଚ୍ଚା । ପୂର୍ବରୁ ପିସିସି ସଭାପତି ମଧ୍ୟ ଦତ୍ତେଶ୍ବର ହୋତାଙ୍କ ନାଁ ନେଇଥିଲେ । ଲଗାତାର ଦ୍ବିତୀୟ ଦିନରେ ନବୀନ ନିବାସରେ ଅଛନ୍ତି ସମସ୍ତ ବିଧାୟକ। ବିଧାୟକଙ୍କ ସହ ଆଲୋଚନା ପରେ ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ ।

ସୂଚନାଯୋଗ୍ୟ, ଗୁରୁବାର ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ବସିଥିଲା। ରାଜ୍ୟସଭା ସଂକ୍ରାନ୍ତ ସବୁ ନିଷ୍ପତ୍ତି ପାଇଁ ପିଏସି ଦଳର ସଭାପତି ନବୀନଙ୍କୁ କ୍ଷମତା ନ୍ୟସ୍ତ କରିଛି। ଶୁକ୍ରବାର ବିଧାୟକଙ୍କ ବୈଠକ ଡକାଯାଇଥିଲା। ଏହା ବାତିଲ ହେବା ପରେ ଶନିବାର ପୂର୍ବାହ୍ଣ ୧୧ଟା ୩୦ରେ ପୁଣିଥରେ ବୈଠକ ଡକାଯାଇଛି। ବିଜେଡି ସୂତ୍ର ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତିକୁ ବିଜେଡି ଅପେକ୍ଷା କରିଛି। ତା' ପୂର୍ବରୁ ଦଳ କୌଣସି ନିଷ୍ପତ୍ତି ନେଉନି। ବିଜେପି କେତେଜଣ ପ୍ରାର୍ଥୀ ଦେଉଛି ତାହା ଉପରେ ନଜର ରଖି ଦଳ ଗୋଟିଚାଳନା କରୁଛି।












Click it and Unblock the Notifications