ଭିଜିଲାନ୍ସ ଜାଲରେ ଡାକ୍ତର, ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ଲାଞ୍ଚ ନେଲା ବେଳେ ପଡ଼ିଲେ ଧରା
ଭୁବନେଶ୍ୱର : ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ତେବେ ଡାକ୍ତର ବିଶ୍ୱନାଥ ସର୍ଜରି ବିଶେଷଜ୍ଞ ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଅଛନ୍ତି। ଡାକ୍ତରଙ୍କ ନିକଟରୁ ୨ହଜାର ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ।ଅନ୍ୟପଟେ ଡ଼ାକ୍ତର ଜଣଙ୍କ ଅଭିଯୋଗକାରୀଙ୍କୁ ୫ହଜାର ଟଙ୍କା ଦେବାକୁ କହିଥିଲେ।

ଅଭିଯୋଗକାରୀ ଜଣେ ଗରିବ ଲୋକ ହୋଇଥିବା ବେଳେ ଏ ନେଇ ସେ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଭିଜିଲାନ୍ସ ଟିମ୍ ଡାକ୍ତରକୁ ଧରିବାକୁ ଜାଲ ବିଛାଇ ଥିଲା। ଅଭିଯୋଗକାରୀ ପ୍ରଥମ ପର୍ଯ୍ୟାୟରେ ଦୁଇ ହଜାର ଟଙ୍କା ଡାକ୍ତରକୁ ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଲାଞ୍ଚ ଟଙ୍କା ସହ ଡାକ୍ତରଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଏ ନେଇ ଭିଜିଲାନ୍ସ ଥାନାରେ ଏକ କେସ ନଂ ୧ରେ ମାମଲା ରୁଜ୍ଜୁ ହୋଇଛି। ତେବେ ମାମଲାର ତଦନ୍ତ ଚାଲିଥିବା ସୂଚନା ମିଳିଛି।












Click it and Unblock the Notifications