ବିଲ୍ କରାଇଦେବାକୁ କହି ଡାକ୍ତର ୪୦ ହଜାର ଲାଞ୍ଚ ନେଉଥିଲେ , ମାଡ଼ି ବସିଲା ଭିଜିଲାନ୍ସ
ବୈପାରୀଗୁଡା : ଭିଜିଲାନ୍ସ ଜାଲରେ ଡାକ୍ତର ଏବଂ ଫାର୍ମାସିଷ୍ଟ। ଲାଞ୍ଚ ନେଇ ଧରା ପଡ଼ିଲେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ବିଶ୍ଵଜିତ୍ ଭୂୟାଁ ଏବଂ ଫାର୍ମାସିଷ୍ଟ ଉତ୍ତମ କୁମାର ମହାକୁଡ଼ ଓରଫ ମିଟୁ। ଏରିଅର ବିଲ୍ କରାଇ ଦେବାକୁ କହି ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଛି।
ସୂଚନା ଅନୁଯାୟୀ, ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଜଣେ କର୍ମଚାରୀ ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁଙ୍କୁ ବକେୟା ଦରମା ଦେବାକୁ ବାରମ୍ବାର ନିବେଦନ କରିବା ପରେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ ଡାକ୍ତର। ପରେ ସେ ୪୦ ହଜାର ଟଙ୍କା ଦେଲେ ବକେୟା ଦରମା କରାଇ ଦେବେ ବୋଲି କହିଥଲେ। ଏହି ଘଟଣାରେ ବୈପାରୀଗୁଡ଼ା ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଫାର୍ମାସିଷ୍ଟ ମଧ୍ୟସ୍ଥତା କରିଥିଲେ।

ପୂର୍ବ ଯୋଜନା ମୁତାବକ ଆଜି ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଅଭିଯୋଗକାରୀଙ୍କ ଠାରୁ ଡାକ୍ତର ବିଶ୍ବଜିତ ଭୂୟାଁ ୪୦ ହଜାର ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଭିଜିଲାନ୍ସ ତାଙ୍କଠାରୁ ୪୦ ହଜାର ଟଙ୍କା ବି ଜବତ କରିଛି।












Click it and Unblock the Notifications