ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଡାକ୍ତର ବାଚସ୍ପତି ଦାଶଙ୍କୁ ଚାକିରିରୁ ବହିଷ୍କୃତ
ବଲାଙ୍ଗିର ପାଟଣାଗଡ଼ର ପୂର୍ବତନ ଏସ୍ଡିଏମ୍ଓ ଡାକ୍ତର ବାଚସ୍ପତି ଦାଶଙ୍କୁ ଚାକିରିରୁ ବହିଷ୍କୃତ । ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସୂଚନା ।
ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ଼ର ପୂର୍ବତନ ଏସ୍ଡିଏମ୍ଓ ଡାକ୍ତର ବାଚସ୍ପତି ଦାଶଙ୍କୁ ଚାକିରିରୁ ବହିଷ୍କୃତ । ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସୂଚନା । ବଲାଙ୍ଗିର ସିଡିଏମ୍ଓ ତାଙ୍କୁ ବହିଷ୍କାର କରିଛନ୍ତି।

ଅନ୍ୟପଟେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କୁ ଲାଞ୍ଚ ମାଗିବାକୁ ନେଇ ମଧ୍ୟ କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲେ ଡାକ୍ତର ବାଚସ୍ପତି ଦାଶ। ଏନେଇ ଭିଡିଓ ବି ଭାଇରାଲ ହୋଇଥିଲା। ତେବେ ତାଙ୍କୁ ଏହି ଘଟଣାର ତଦନ୍ତ ଚାଲିଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କ ବିରୋଧରେ ତଦନ୍ତ କରୁଛି ବୋଲି କହିଛନ୍ତି ସିଡିଏମଓ ।
ସୂଚନାଥାଉ କି, ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବାଚସ୍ପତି ଦାଶ ଏକ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ମାମଲାରେ ଛନ୍ଦି ହୋଇଥିଲେ। ସେ ନେଇ ତଦନ୍ତ ଚାଲିଥିଲା ଓ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପାଟଣାଗଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଲାଞ୍ଚ ମାଗିବା ଘଟଣାରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍କୁ ବଦଳି କରାଯାଇଥିଲା।












Click it and Unblock the Notifications