ଗର୍ଭବତୀ ମହିଳାଙ୍କ ଠାରୁ ଲାଞ୍ଚ ନେବ ଡାକ୍ତର ବାବୁଙ୍କୁ ପଡିଲା ମହଙ୍ଗା, ଗିରଫ କଲା ଭିଜିଲାନ୍ସ
ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ। ଜଣେ ଗର୍ଭବତୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡାକ୍ତରଙ୍କୁ ଧରିଛି ଭିଜିଲାନ୍ସ। କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଗାଇନିକ୍ ସ୍ପେଶାଲିଷ୍ଟ ଡାକ୍ତର ଅଶୋକ ଦାସଙ୍କୁ ଲାଞ୍ଚ ନେବା ଘଟଣାରେ ଗିରଫ କରିଛି ଭିଜିଲାନ୍ସ।

ଡାକ୍ତର ଅଶୋକ ଦାସ ଗର୍ଭବତୀ ମହିଳାଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଛି। ଏହାପରେ ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ରେଡ୍ କରୁଛି।












Click it and Unblock the Notifications