‘ତୁରନ୍ତ ଯୋଗ ଦିଅ, ନଚେତ କାର୍ଯ୍ୟାନୁଷ୍ଠାନ’
କାର୍ଯ୍ୟରେ ଯୋଗ ଦେଉନଥିବା ସମସ୍ତ ଡାକ୍ତରଙ୍କୁ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ୍ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ମହାମାରୀର କୋପ । ଦୈନିକ 5 ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ କାର୍ଯ୍ୟରେ ଯୋଗ ଦେଉନଥିବା ସମସ୍ତ ଡାକ୍ତରଙ୍କୁ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ୍ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି ।

ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ସେକ୍ସନ ୬୫ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସରକାର ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, କରୋନାରୁ ଜାତୀୟ ବିପତ୍ତି ଘୋଷଣା କରାଯାଇଛି । ଏହି ସମୟରେ ଅନେକ ଡାକ୍ତରଙ୍କୁ କରୋନା ମୁକାବିଲା ପାଇଁ ଅସ୍ଥାୟୀ ଭାବେ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପ୍ରଦାନ କରାଯାଇଛି ।
କିନ୍ତୁ ସେମାନେ ଯୋଗ ଦେଇନଥିବା ଦେଖିବାକୁ ମିଳିଛି । ଏହାସହ ସଂପୃକ୍ତ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି ।












Click it and Unblock the Notifications