ଅତି ଆବଶ୍ୟକ ନଥିଲେ SCB ମେଡିକାଲ ଆସନ୍ତୁ ନାହିଁ

କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ପରେ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି।

SCB Medical

ସମଗ୍ର ଦେଶ ସହ ଓଡିଶାର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଡାକ୍ତର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି । କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର।

ଡାକ୍ତରମାନଙ୍କ ଆନ୍ଦୋଳନ ଫଳରେ ଜରୁରିକାଳୀନ ଚିକିତ୍ସାକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ସେବା ପ୍ରଭାବିତ ହୋଇଛି । ଜୁନିୟର ଡାକ୍ତର, ରେସିଡେଣ୍ଟ ଡାକ୍ତର ଆନ୍ଦୋଳନ ଚଳାଇଥିବା ବେଳେ ଏମିବିବିଏସ୍ ଛାତ୍ରଛାତ୍ରୀ ବି ସେମାନଙ୍କୁ ସମର୍ଥନ କରିଛନ୍ତି । ଫଳରେ ଆଉଟ ଡୋର୍ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଯାହାକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଏସସିବି ଅଧୀକ୍ଷକ । ସେ କହିଛନ୍ତି, ଅତି ଜରୁରୀ ନଥିଲେ ଏସସିବି ଆସନ୍ତୁ ନାହିଁ । କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କିଛି କହି ହେବନି କ'ଣ ହେବ । ଏପଟେ ସମସ୍ତ ଫ୍ୟାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+