ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ଟିମର ପଚରାଉଚରା

ଭୁବନେଶ୍ୱର: ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ଟିମର ପଚରାଉଚରା । ଆଇଟି ରେଡର ଆଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ପଚରାଉଚରା । ଜଗଦୀଶ ନାୟକ ଓ ଚନ୍ଦ୍ରଶେଖର ପଣ୍ତାଙ୍କୁ ଆଇଆରସି ଭିଲେଜ ମୁଖ୍ୟ କାର୍ଯ୍ୟାଳୟରେ ମୁହାଁମୁହିଁ ଚାଲିଛି ପଚରାଉଚରା ।

 Jagdish Nayak

ସୂଚନା ଅନୁସାରେ, ଡିଏନ୍ ଗ୍ରୁପ ଉପରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଆଇଟି ରେଡରେ ବର୍ତ୍ତମାନ ସୁଦ୍ଧା ୩୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଛି ଆୟକର ବିଭାଗ । ଆୟକର ବିଭାଗର 7ଟି ଟିମ୍ ଏହି ଚଢାଉ ଜାରି ରଖିଛନ୍ତି । ଚଢାଉ ଯେତେ ଅଧିକ ହେଉଛି, ସେତେ ଅଧିକ ଟଙ୍କା ମିଳୁଥିବା ନେଇ ସୂଚନା ରହିଛି । କମ୍ପାନୀର ଅଧିକାରୀ ଏବଂ କର୍ମଚାରୀଙ୍କ ଘରୁ ମିଳୁଛି ଟଙ୍କା ଭର୍ତ୍ତି ବ୍ୟାଗ୍ ।

ସୂଚନାଥାଉ ଯେ, ଡିଏନ ସଂସ୍ଥାର ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ 23 ଟି ସ୍ଥାନରେ ଚଢ଼ଉ କରାଯାଇଛି । ୟୁନିଟ୍-4 ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ 30 କୋଟି ଟଙ୍କା ମିଳିଛି । ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଥିଲା । ଏପରିକି ଏହି ଚଢାଉରେ 100 କୋଟି ଟଙ୍କାର କ୍ୟାସ୍ ରିସିପ୍ଟ ମଧ୍ୟ ଆଇଟି ହାତରେ ଲାଗିଛି । ଏହାକୁ ନେଇ ଅଧିକ ଖୋଲତାଡ଼ କରୁଛନ୍ତି ଅଧିକାରୀ । ଏ ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଚଢାଉ କରିଥିଲା ଆୟକର ବିଭାଗ । ଆୟକର ବିଭାଗର 7 ଟି ଟିମ୍‌ ଡିଏନ୍‌ ଗ୍ରୁପ ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+