କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ DRMC ତତ୍ପର, ଷ୍ଟେସନ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ
ଭୁବନେଶ୍ୱରରୁ ମେଟ୍ରୋ ପ୍ରକଳ୍ପ କାମ ପାଇଁ ତତ୍ପର ହୋଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରସନ୍ (DMRC) । କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଟେଣ୍ଡର ଆହ୍ୱାନ କରିଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବାକୁ ନିଷ୍ପତ୍ତି ହୋଇଛି ।
ଏହି ପ୍ରକଳ୍ପର ମୂଲ୍ୟ ପାଖାପାଖି ୬୩୦.୬୫ କୋଟି ଟଙ୍କା ରହିଥିବା ବେଳେ ଟେଣ୍ଡର୍ ପ୍ରକ୍ରିୟାରେ ଭାଗନେବା ପାଇଁ ହେଲେ ସମାନ ପ୍ରକଳ୍ପ ଭଳି ୫୦୦ କୋଟି ଟଙ୍କାର କାର୍ଯ୍ୟ କରିଥିବା ଅଭିଜ୍ଞତା ରହିଥିବା ସର୍ତ୍ତ ରହିଛି । ଏଲଭେଟଡ୍ ପଦ୍ଧତିରେ ଏହି ଷ୍ଟେସନ ନିର୍ମାଣ କରାଯିବ ବୋଲି ଟେଣ୍ଡରରେ ଦର୍ଶାଯାଇଛି।
କ୍ୟାପିଟାଲ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର, ବାଣୀବିହାର ଓ ଆଚାର୍ଯ୍ୟବିହାର ମେଟ୍ରୋ ଷ୍ଟେସନରେ ଏଲିଭେଟେଡ ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ମେଟ୍ରୋ ଷ୍ଟେସନ ପାଇଁ ଡିଜିସିଏରୁ ଅନୁମତି ମିଳିବା ପରେ ନିର୍ମାଣ କାମ ଆରମ୍ଭ ହେବ। ପୂର୍ବରୁ ଶିଶୁଭବନ ଛକରେ ଷ୍ଟେସନ ହେବାର ଯୋଜନା ଥିବା ବେଳେ ଏଥିରେ ପରିବର୍ତ୍ତନ କରାଯାଇ ବାପୁଜୀନଗରରେ ଷ୍ଟେସନ ହେବ।

୭ କିଲୋମିଟରରୁ ଅଧିକ ଏହି ରାସ୍ତାରେ ଏବେ ଗୋଟିଏ ଲାଇନ ବିଛାଯିବ । ଟେଣ୍ଡର ଡକାଯାଇଥିବା ଏହି କାର୍ଯ୍ୟ ସାରିବାକୁ ୩ ମାସ ସମୟ ଦିଆଯାଇଅଛି । ୧୫ ଏପ୍ରିଲ୍ରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ଟେଣ୍ଡର ଦାଖଲ ପ୍ରକ୍ରିୟା ଜାରି ରହିବା ସହ ୨୪ ଏପ୍ରିଲରେ ଟେଣ୍ଡର ଖୋଲିବ ବୋଲି ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଆସନ୍ତା ୧୯ ତାରିଖରେ ଏକ ପ୍ରି-ବିଡ୍ ବୈଠକ ବସିବା ନେଇ ଦିଲ୍ଲୀ ମେଟ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟର ଏହି ସର୍ବବୃହତ୍ ପ୍ରକଳ୍ପ ପାଇଁ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଥିବା ବେଳେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରେ ମେଟ୍ରୋ ପ୍ରକଳ୍ପ ନିର୍ମାଣ କରିବେ। '୫-ଟି' ଉପକ୍ରମ ଅନୁଯାୟୀ ଏହାକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଯୋଜନା ରହିଛି।












Click it and Unblock the Notifications