ଶିଶୁଙ୍କୁ କରୋନା ସଂକ୍ରମଣ ନେଇ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ

ଶିଶୁଙ୍କୁ କରୋନା ସଂକ୍ରମଣ ନେଇ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ |State Government fully prepared to protect children from covid 3rd wave.

ସାରା ଦେଶରେ କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଓଡିଶା ସରକାର ଆଗୁଆ ପଦକ୍ଷେପ ସ୍ୱରୂପ ଚଳିତ ଅଗଷ୍ଟ ୧୫ ତାରିଖରୁ ଶୂନ୍ୟରୁ ୧୮ ବର୍ଷ ଆୟୁ ବର୍ଗଙ୍କ କୋଭିଡ ସଂକ୍ରମଣ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରୁଛନ୍ତି।

children covid

ରାଜ୍ୟରେ ଏବେ କିଛିଦିନ ଧରି ନୂତନ ସଂକ୍ରମଣ ପ୍ରାୟ ଏକ ହଜାର ପାଖାପାଖି ରହୁଥିବା ବେଳେ ଏଥି ମଧ୍ୟରୁ ୧୮ ବର୍ଷରୁ କମ ବୟସର ପ୍ରାୟ ଶହେ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ସମ୍ଭାବ୍ୟ 3ୟ ଲହରକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏକାଧିକ ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁମାନଙ୍କ ପାଇଁ ୱାର୍ଡ ସୁରକ୍ଷିତ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେହେତୁ ତୃତୀୟ ଲହରରେ ପିଲା ଆକ୍ରାନ୍ତ ସଂଖ୍ୟା ବଢିବ ବୋଲି ଆକଳନ କରାଯାଇଛି, ତେଣୁ ରାଜ୍ୟ ସରକାର ପିଲାଙ୍କ ସଂକ୍ରମଣର ମ୍ୟାପିଂ କରୁଛନ୍ତି । ୧୮ ବର୍ଷ ତଳକୁ ଟିକା ଦିଆ ଯାଉନ ଥିବାରୁ ସେଥିଲାଗି ପ୍ରସ୍ତୁତି ସ୍ଵତନ୍ତ୍ର ଭାବରେ ସତର୍କ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର ଶିଶୁଙ୍କ ସଂକ୍ରମଣ ଜନିତ ପ୍ରତିକାର କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଜଣ ସ୍ୱାସ୍ଥ୍ୟ ନିର୍ଦେଶକ ।

ରାଜ୍ୟବାସୀଙ୍କୁ ଶିଶୁମାନଙ୍କ ସଂକ୍ରମଣ ଚିନ୍ତା ବଢାଇଛି। ତେବେ ଶିଶୁଙ୍କ ସଂକ୍ରମଣଙ୍କୁ ନେଇ ଆତଙ୍କିତ ନହେବାକୁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ୧ମ ଓ ୨ୟ ଲହରରେ ୦ରୁ ୧୦ ବର୍ଷ ବୟସର ୩.୫% ପିଲା ସଂକ୍ରମିତ ହେଉଥିଲେ। ୧୦ରୁ ୧୮ ବର୍ଷର ୮ରୁ ୮.୫% ପିଲା ସଂକ୍ରମିତ ହେଉଥିଲେ ହେଉଥିବା ବେଳେ ଦ୍ୱିତୀୟ ଲହରରେ ଡେଲ୍‌ଟା ପ୍ରଜାତି ଭୁତାଣୁର ପ୍ରାଦୁର୍ଭାବ ସତ୍ତ୍ୱେ ପିଲାଙ୍କ ସଂକ୍ରମଣ ହାର ୧୨% ପାଖାପାଖି ରହିଥିଲା। ଶିଶୁମାନେ ପ୍ରାୟତଃ କରୋନା ସଂକ୍ରମଣ ଯୋଗୁ ଗୁରୁତର ହୁଅନ୍ତି ନାହିଁ। ଏଥିପାଇଁ ଡାକ୍ତରଖାନା ଯିବା ଶିଶୁଙ୍କ ସଂଖ୍ୟା ଅପେକ୍ଷାକୃତ କମ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଯେତିକି ପିଲା ସଂକ୍ରମିତ ହେବେ, ସେଥିରୁ ୫ରୁ ୬% ଡାକ୍ତରଖାନା ଯିବେ ବୋଲି କେନ୍ଦ୍ର ସରକାରଙ୍କ ଆକଳନ କରିଛନ୍ତି। ତେଣୁ ବର୍ତ୍ତମାନଠୁ ଆତଙ୍କିତ ହେବାର କିଛି ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+