For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ବିଳମ୍ବ ଅଭିଯୋଗକୁ ଖଣ୍ଡନ କଲେ ଡିଏମଇଟି

ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ବିଳମ୍ବ ଅଭିଯୋଗ ଅଭିଯୋଗ ଆସିଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ବିଳମ୍ବରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି ।

|

ଭୁବନେଶ୍ବର: ଦେଶରେ ସଂକ୍ରମଣ ଏବେ ମଣିଷ ସଂହାର କରୁଛି । ଜୀବନ ରକ୍ଷକ ଅକ୍ସିଜେନ (ଅମ୍ଲଜାନ) ଗ୍ୟାସର ଅଭାବା ଏବେ ଚିନ୍ତାଜନକ ହୋଇପଡିଛି । ଏପରି ପରିସ୍ଥିତିରେ ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ବିଳମ୍ବ ଅଭିଯୋଗ ଅଭିଯୋଗ ଆସିଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ବିଳମ୍ବରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି ।

DMET

PM Care ଅଧୀନରେ ରାଜ୍ୟକୁ ମିଳିଥିବା 7ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ। ବରଂ ରାଜ୍ୟ ସରକାର ତ୍ୱରିତ ଭାବେ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରି 7ଟି ସ୍ଥାନ ଚିହ୍ନଟ କରି କେନ୍ଦ୍ରକୁ ଜଣାଇଛନ୍ତି ବୋଲି ଡାକ୍ତର ମହାନ୍ତି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବରରେ PM Care ଫଣ୍ଡରୁ ସାରା ଦେଶର ବିଭିନ୍ନ ସଦର ମହାକୁମ୍ମା ହସ୍ପିଟାଲରେ 162 ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଟେଣ୍ଡର ହୋଇଥିଲା। ଏହି କ୍ରମରେ ଓଡିଶା ଭାଗରେ 7 ପଡିଥିଲା। କେନ୍ଦ୍ର ସରକାର ଏ ନେଇ CMSS ଦ୍ୱାରା ଟେଣ୍ଡର କରିଥିଲେ। ଡିସେମ୍ବରରେ କାର୍ଯ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଡାକ୍ତର ମହାନ୍ତି କହିଛନ୍ତି, ଓଡ଼ିଶା ସରକାରଙ୍କ କାମ ହେଲା ସ୍ଥାନ ଚିହ୍ନଟ କରିବା। ଆମେ ତାହା କରି କେନ୍ଦ୍ରକୁ ଦେଇଛୁ। ହେଲେ ଆଜି ଯାଏ କାମ ଆଗେଇ ନାହିଁ। CMSS ଅବହେଳା କରିଛି। କେନ୍ଦ୍ର ମନିଟର କରିବା କଥା। ସେମାନେ କିଛିଟା ମନିଟର କରିଛନ୍ତି। ନ ହେଲେ ପୁଣି ମେ ମାସରେ ଅଧିକ ଅକ୍ସୀଜେନ ପ୍ଲାଣ୍ଟ କଥା କହି ନଥାନ୍ତେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
DMET has denied allegations of delays in setting up an oxygen plant in the state
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X