ନିୟମ କଡାକଡି: ହେଲମେଟ୍ ନଥିଲେ ମିଳିବନି ଲିଫ୍ଟ, ରଦ୍ଦ ହୋଇଯିବ ଲାଇସେନ୍ସ
ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ହେଲଟେ ନଥାଏ ତେବେ ତାଙ୍କୁ ଲିଫ୍ଟ ନଦେବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଭୁବନେଶ୍ୱର: ଏଣିକି ହେଲମେଟ ନଥିଲେ ମିଳିବନି ଲିଫ୍ଟ । ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ହେଲଟେ ନଥାଏ ତେବେ ତାଙ୍କୁ ଲିଫ୍ଟ ନଦେବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କାରଣ ନିୟମ ଅନୁଯାଇ ଆଗ ଓ ପଛରେ ବସିଥିବା ବ୍ୟକ୍ତି ଅର୍ଥାତ ଉଭୟଙ୍କ ହେଲମେଟ ନଥିଲେ ଲାଇସେନ୍ସ ବାତିଲ ହେବ ।

ଡବଲ ହେଲମେଟ ପାଇଁ ଚେକିଂ ଆରମ୍ଭ ହେଲାଣି । ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ୩ ମାସ ଭିତରେ ଓଡିଆ ଆସିବେ । ସେମାନେ ଆସିବା ପୂର୍ବରୁ ଯାହା ସବୁ ସଡ଼କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାକୁ ପୋଲିସ ଓ ପରିବହନ ବିଭାଗ ମିଳିତ ଭାବରେ ଠିକ କରିବାକୁ ପ୍ରସ୍ତୁତି କରୁଛନ୍ତି ।
ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ସଡ଼କ ସୁରକ୍ଷା ନେଇ ଯେଉଁସବୁ ନିୟମ କରିଥିଲେ, ତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଦୁର୍ଘଟଣା ପ୍ରବଣ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ଦୁର୍ଘଟଣା ଘଟୁଥିବା ସ୍ଥାନକୁ ସୁପ୍ରିମକୋର୍ଟଙ୍କ କମିଟି ନିଜେ ଗସ୍ତ କରିବେ ଓ ନୂଆ ବ୍ଲାକ୍ ସ୍ପଟ୍ ଚିହ୍ନଟ କରିବେ ବୋଲି କହିଛନ୍ତି ପଦ୍ମନାଭ।












Click it and Unblock the Notifications