ବରଯାତ୍ରୀ କି ଭସାଣି ନୂହେଁ: ବୃଦ୍ଧଙ୍କ ଅନ୍ତିମ ଯାତ୍ରାରେ ବାଜିଲା DJ
ଡିଜେ ବଜାଇ ବୃଦ୍ଧଙ୍କୁ ବିଦାୟ । ବୃଦ୍ଧଙ୍କ ଅନ୍ତିମ ଯାତ୍ରାରେ ଡିଜେ ବାଜିଲା, ଲୋକେ ନାଚିଲେ । ବରଗଡ଼ ଜିଲ୍ଲା ତବଡ଼ା ପଞ୍ଚାୟତ ଅନ୍ତର୍ଗତ କଳଙ୍ଗାପାଲି ଗ୍ରାମରେ ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।

ବରଗଡ଼: ଡିଜେ ବଜାଇ ବୃଦ୍ଧଙ୍କୁ ବିଦାୟ । ବୃଦ୍ଧଙ୍କ ଅନ୍ତିମ ଯାତ୍ରାରେ ଡିଜେ ବାଜିଲା, ଲୋକେ ନାଚିଲେ । ବରଗଡ଼ ଜିଲ୍ଲା ତବଡ଼ା ପଞ୍ଚାୟତ ଅନ୍ତର୍ଗତ କଳଙ୍ଗାପାଲି ଗ୍ରାମରେ ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର କୁଶ ମେହେର (୧୦୫)ଙ୍କ ଶନିବାର ମୃତ୍ୟୁ ଘଟିଥିଲା । ତାଙ୍କ ବିୟୋଗରେ ପରିବାର ଓ ଗ୍ରାମବାସୀମାନେ ଘରଠୁ ମଶାଣି ଯାଏଁ ତାଙ୍କୁ ଏପରି ନିଆରା ଶେଷ ବିଦାୟ ଦେଇଛନ୍ତି ।
ତେବେ ପରିବାର ପକ୍ଷରୁ ଏକ ଡିଜେ ସିଷ୍ଟମ୍ ବ୍ୟବସ୍ଥା କରାଯାଇଥିଲା। ବରଯାତ୍ରୀ ଶୋଭାଯାତ୍ରା ଭଳି କୋକେଇ ସମ୍ମୁଖରେ ଲୋକେ ନାଚଗୀତରେ ଝୁମି ଉଠିଥିଲେ। ଏଥିରେ ସମସ୍ତ ପରିବାରବର୍ଗ, ବନ୍ଧୁବାନ୍ଧବ, ଜାତିଭାଇ ସାମିଲ ହୋଇ ଗାଁ ଦାଣ୍ଡରେ ହସ ଉଲ୍ଲାସରେ ନାଚି ନାଚି ମଶାଣି ପର୍ଯ୍ୟନ୍ତ ଯାଇଥିଲେ। ପରେ ବଡ଼ପୁଅ ଯୋଗେନ୍ଦ୍ର ମେହେର ମୁଖାଗ୍ନି ଦେଇଥିଲେ।
କୁଶ ମେହେର ୧୦୫ ବର୍ଷ ବୟସରେ ବି ବେଶ୍ ସକ୍ରିୟ ଥିଲେ । ନା ବୟସ ଜନିତ ରୋଗ, ନା କୌଣିସ କଷ୍ଟ । ଗତ ଶନିବାର ସକାଳ ସବୁଦିନ ସେ ଖାଇପିଇ ଘରେ ଶୋଇ ଥିଲେ । ହେଲେ ହଠାତ୍ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ତେବେ ପରିବାର ପକ୍ଷରୁ ନିଜ ଘରର ପିତାମହଙ୍କୁ ଖୁସି ଖୁସିରେ ବିଦାୟ ଦେବା ପାଇଁ ଏଭଳି ନିଆରା ଆୟୋଜନ କରାଯାଇ ଥିଲା ।












Click it and Unblock the Notifications