ଦୀପାବଳିରେ ବାଣ ଫୁଟିଲେ ବଢ଼ିବ କରୋନା ସଂକ୍ରମଣ !
ବାଣ ଫୁଟିଲେ କରୋନା ସଂକ୍ରମଣ ବଢ଼ିପାରେ। ବାଣ ଫୁଟାଇଲେ ନାଇଟ୍ରିକ ଡାଇ-ଅକ୍ସାଇଡ ବାହାରିଥାଏ, ଯାହାକି କରୋନା ଭୂତାଣୁ ଅଭିବୃଦ୍ଧିରେ ସାହାଯ୍ୟ କରେ । ଏହାଦ୍ବାରା ସଂକ୍ରମଣ ମଧ୍ୟ ବଢିଥାଏ । ଦୀପାବଳି ପୂର୍ବରୁ ଡିଏମଇଟି ସିବିକେ ମହାନ୍ତି ଏପରି ସତର୍କ କରାଇଛନ୍ତି ।
ଭୁବନେଶ୍ୱର: ବାଣ ଫୁଟିଲେ କରୋନା ସଂକ୍ରମଣ ବଢ଼ିପାରେ। ବାଣ ଫୁଟାଇଲେ ନାଇଟ୍ରିକ ଡାଇ-ଅକ୍ସାଇଡ ବାହାରିଥାଏ, ଯାହାକି କରୋନା ଭୂତାଣୁ ଅଭିବୃଦ୍ଧିରେ ସାହାଯ୍ୟ କରେ । ଏହାଦ୍ବାରା ସଂକ୍ରମଣ ମଧ୍ୟ ବଢିଥାଏ । ଦୀପାବଳି ପୂର୍ବରୁ ଡିଏମଇଟି ସିବିକେ ମହାନ୍ତି ଏପରି ସତର୍କ କରାଇଛନ୍ତି ।

ବାଣ ଫୁଟାଇବାକୁ ନେଇ ଡିଏମ୍ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଆଗକୁ ଦୀପାବଳି ଅଛି। ଏହା ପାର୍ବଣର ସମୟ। ଏଣୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଆମ ସଂସ୍କୃତିରେ ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ରହିଛି। ବାଣ ଫୁଟାଇଲେ ବାୟୁ ପ୍ରଦୂଷଣ ହୁଏ। ବାୟୁ ପ୍ରଦୂଷଣ ହେଲେ ଗୁଡ଼ାଏ ଟାକ୍ସିକ ପଦାର୍ଥ ବାୟୁମଣ୍ଡଳକୁ ଯାଏ। ଯାହାକି କ୍ଷତିକାରକ ବୋଲି ଡାକ୍ତର ମହାନ୍ତି କହିଛନ୍ତି।
ଅପରପକ୍ଷରେ ରାଜ୍ୟରେ ସବୁଜ ବାଣ ବିକ୍ରି ନିଷ୍ପତ୍ତି ନେବେ ସ୍ୱତନ୍ତ୍ର ରିଲିଫ କମିଶନର । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି। ଆସନ୍ତାକାଲି ସକାଳ ୧୧ଟାରେ ଏସ୍ଆରସି, ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦେଶାବଳୀ ଏବଂ କୋଭିଡ୍ ପ୍ରୋଟୋକଲକୁ ଦୃଷ୍ଟିରେ ରଖିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଶୁଣାଣି ପରେ ଆସନ୍ତା ସୋମବାର ସାଢ଼େ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଏସଆରସି ଦାଖଲ କରିବେ । ସେହିଦିନ ହାଇକୋର୍ଟ ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ବୋଲି କହିଛନ୍ତି ।

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ କୋଭିଡ୍ ସ୍ଥିତି ଭଲ ରହିଛି। କିଛିଦିନ ହେଲାଣି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି। କିନ୍ତୁ ବ୍ୟସ୍ତ ହେବାର ନାହିଁ। ଆମର ହସ୍ପିଟାଲରେ ଆଡ଼ମିସନ ବଢୁନାହିଁ। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁନାହିଁ। ତେବେ ହଠାତ୍ ସଂକ୍ରମଣ କାହିଁକି ବଢ଼ୁଛି? ତାହା ଉପରେ ତର୍ଜମା ଚାଲୁଛି ବୋଲି ନିରଞ୍ଜନ ମିଶ୍ର କହିଛନ୍ତି। ଆଗକୁ ଆସୁଥିବା ଦୀପାବଳିରେ ଅମାନିଆ ନ ହୋଇ ନିୟମ ପାଳନ କଲେ ସ୍ଥିତି ଭଲ ରହିବ ବୋଲି ସେ କହିଛନ୍ତି।












Click it and Unblock the Notifications