ଦୀପାବଳି ପରେ ଭିଜିବ ରାଜ୍ୟ ! 17 ରୁ 23 ଅକ୍ଟୋବର ମଧ୍ୟରେ ରାତି ଏବଂ ଦିନର ତାପମାତ୍ରା ସ୍ୱାଭାବିକ
ଦୀପାବଳି ପରେ ଭିଜିବ ରାଜ୍ୟ ! ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ(IMD) ପକ୍ଷରୁ ଆକଳନ କରାଯାଇଛି । ତେବେ 17 ରୁ 23 ଅକ୍ଟୋବର ମଧ୍ୟରେ ରାତି ଏବଂ ଦିନର ତାପମାତ୍ରା ସ୍ୱାଭାବିକ ରହିବ ।
ଆସୁଛି ଲଘୁଚାପ !:
ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ମଡେଲ ସୂଚିତ କରୁଛି । ଯାହା ଅଧିକ ତୀବ୍ରତର ହୋଇ ଓ ପଶ୍ଚିମ - ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସାଇକ୍ଲୋଜେନେସିସ୍ (ଅବପାତ) ପାଇଁ ଏକ ଅନୁକୂଳ ପରିବେଶ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଜି ଶୁଖିଲା ରହିବ ପାଗ:
ପାଣିପାଗ ବୈଜ୍ଞାନିକ ରାଜଶ୍ରୀଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ଓ ଶନିବାର ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିବ । ଅକ୍ଟୋବର 19 ଓ ଅକ୍ଟୋବର 20 ତାରିଖରେ ଉପକୂଳ ଜିଲ୍ଲାଗୁଡିକ ସମେତ କୋରାପୁଟ, ରାୟଗଡା, ମାଲକାନଗିରି ଜିଲ୍ଲାଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର 21 ଓ ଅକ୍ଟୋବର 22 ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । 23 ଅକ୍ଟୋବରରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାଗୁଡିକର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଏହାମଧ୍ୟ ପଢନ୍ତୁ..
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି," ଆଗାମୀ ଦିନରେ ଏହାର ତୀବ୍ରତା ଓ ଦିଗ ବିଷୟରେ ଅଧିକ ଜଣାପଡିବ । ଆମେ ପାଣିପାଗ ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛୁ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ଏହି ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ଆଶା କରାଯାଉଛି । ଏହା ଦେଶର ଉପକୂଳ ଅତିକ୍ରମ କରି ବାଂଲାଦେଶ ଆଡକୁ ମୁହାଁଇବ କି ନାହିଁ ତାହା ଆଗକୁ ଜଣାପଡିବ ।












Click it and Unblock the Notifications