ଘରେ ପଶିଲା ରକେଟ୍ ବାଣ; ଜଳିଗଲା ବାଇକ୍ ଓ ଘରର ଆସବାପତ୍ର

ଘରେ ପଶିଲା ରକେଟ୍ ବାଣ । ଜଳିଗଲା ବାଇକ୍ ଓ ଘରର ଆସବାପତ୍ର । ପାଟଣାଗଡ଼ ସହର ରାମଜୀ ଛକ ନିକଟରେ ଅଘଟଣ ।

ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ପୂର୍ଣ୍ଣ ସାହୁଙ୍କ ଭଡ଼ା ଘରେ ହୋଇଛି ଏହି ବିସ୍ଫୋରଣ । ସୂଚନା ଅନୁସାରେ, ଭଡ଼ା ଘରେ ରୁହନ୍ତି ମନୋଜ କୁମାର ପ୍ରଧାନଙ୍କ ପରିବାର । ବୁଧବାର ରାତିରେ ମନୋଜ ଘରେ ଟିଭି ଦେଖୁଥିବା ବେଳେ ଘର ଭିତରକୁ ହଠାତ ବାଣ ପଶିଯାଇଥିଲା । ଆଉ ସେଠାରେ ରଖାଯାଇଥିବା ବାଇକର ପେଟ୍ରୋଲ ଟାଙ୍କି ଫାଟି ଯାଇ ବଡ଼ ବିସ୍ଫୋରଣ ହୋଇଥିଲା । ଏଥିରେ ଘରର ସବୁ ଆସବାବ ପତ୍ର ସହ ଅନ୍ୟାନ୍ୟ କିଛି ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

diwali 2024

ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପରେ ତିନିଜଣଙ୍କୁ ଉଦ୍ଧାର କରିଛନ୍ତି । ବଡ଼ କଥା ହେଉଛି, ରାତି ସାଢ଼େ ୧୧ଟା ସୁଦ୍ଧା ବାଣ ଫୁଟା ଚାଲିଥିଲା । ହେଲେ ଏହାକୁ ନେଇ କେହି ବି ପ୍ରଶ୍ନ ଉଠାଇନଥିଲେ । ବାଣ ଫୁଟାଇବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଥିଲେ ବି ଏତେ ରାତି ପର୍ଯ୍ୟନ୍ତ କେମିତି ବାଣ ଫୁଟାଇଲେ, ତାକୁ ନେଇ ଉଠିଛି ପ୍ରଶ୍ନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+