୧ ନଂ ହାଟ ଯାଇ ଦୀପୀବଳି ପାଇଁ କିଣାକିଣି କଲେ ମୁଖ୍ୟମନ୍ତ୍ରୀ, ଗାଁରେ ପାଳିବେ ଦୀପୀବଳି
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଭୁବନେଶ୍ୱର ୧ନଂ ମାର୍କେଟକୁ ଆସିଛନ୍ତି । ସେଠାରେ ଦୀପ, ତେଲ , ସଳିତା, ନଡିଆ , ଆଖୁ , କଦଳୀ ଗଛ ଭଳି ବିଭିନ୍ନ ସାମଗ୍ରୀ କିଣିଛନ୍ତି । ପତ୍ନୀ ପ୍ରିୟଙ୍କାଙ୍କ ସହିତ ୧ ନଂ ହାଟ ଯାଇ ଦୀପୀବଳି ପାଇଁ କିଣାକିଣି କରିଛନ୍ତି । ଯାହାର ଯେତିକି ଟଙ୍କା ବ୍ୟବସାୟକୁ ସେତିକି ଚଙ୍କା ଦେଇଛନ୍ତି । ଦୋକାନୀଙ୍କର ଭଲ ମନ୍ଦ ବୁଝିବା ସହିତ ଗୋକାନ ଆଗରେ ରାସ୍ତା ଯେମିତି ଭିଡ ନହେବ ତା ଉପରେ ଧ୍ୟାନ ଦେଇଛନ୍ତି ଏବଂ ବିକ୍ରି ଠିକ ଭାବରେ ଯେମିତି ହୋଇପାରିବ ସେ ଉପରେ ଧ୍ୟାନ ଦେବା ପାଇଁ ମଧ୍ୟ କହିଛନ୍ତି । ନିଜ ଗାଁ କେନ୍ଦୁଝର ରାଇକଳାରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ। ଆଦିବାସୀ ପରମ୍ପରା ଅନୁଯାୟୀ ସୋହରାଇ ପୂଜାରେ ସାମିଲ ହେବେ ।
ମୁଖ୍ୟମନ୍ତ୍ରୀ ଫୁଟପାଥରକୁ ଆସି ଏଭଳି ଦୀପ କିଣିବା ସାଧାରଣ ବ୍ୟବସାୟୀକୁ ପ୍ରୋତ୍ସାହିତ କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଫୁଟପାଥରୁ ଦୀପ କିଣିଥିବାରୁ ଖୁସି ପ୍ରକାଶ କରିଛନ୍ତି ବ୍ୟବସାୟୀ । ମୁଖ୍ୟମନ୍ତ୍ରୀ ଚାହିଁଥିଲେ ଘରେ ଯାଇ ଦୀପ ପହଞ୍ଚିଥାନ୍ତା କିନ୍ତୁ ସେ ତାହା ନକରି ନିଜେ ଦୋକାନରେ ପହଞ୍ଚି 'ଭୋକଲା ଫର ଲୋକାଲ'ର ବାର୍ତ୍ତା ଦେଇଛନ୍ତି । କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଦୀପ କିଣି ତାଙ୍କୁ ପ୍ରୋତ୍ସାହିତ କରିଛନ୍ତି ସିଏମ୍ । ଆଲୋକର ପର୍ବ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଏହି ନିଆରା ଦୀପ କିଣାକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ଖରା, ଶୀତ-କାକରରେ ବସି ବିକୁଥିବା ଛୋଟ ଛୋଟ ଛୋଟ ବ୍ୟବସାୟୀ ।

ଦୀପାବଳି ପାଇଁ ଜନ୍ମମାଟି କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଜନ୍ମମାଟି ରାଇକଳା ନିଜ ଘରେ ପହଞ୍ଚିଛନ୍ତି । ପୈତୃକ ଗାଁରେ ଦୀପାବଳି ପାଳନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଆଜି ଦିନ ୧.୧୦ରେ ରାଇସୁଆଁ ଏୟାର ଷ୍ଟ୍ରିପ୍ (Air Strip)ରେ ସ୍ଵତନ୍ତ୍ର ବିମାନ ଯୋଗେ ପହଞ୍ଚିଥିଲେ । ସେଠାର ସ୍ଥାନୀୟ ଲୋକେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ସର୍କିଟ ହାଉସ (Circuit House)ରେ ପହଞ୍ଚିଥିଲେ । ଏହାପରେ ସର୍କିଟ୍ ହାଉସରୁ ୨ଟା ୩୦ ମିନିଟ୍ ସମୟରେ ସଡ଼କ ପଥରେ ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳାରେ ପହଞ୍ଚିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ ନିଜ ଘରେ ସମୟ ବିତାଇବା ପରେ ରାତି ୯ଟାରେ ସେଠାରୁ ବାହାରି ସଡ଼କ ପଥରେ କେନ୍ଦୁଝର ସର୍କିଟ୍ ହାଉସରେ ପହଞ୍ଚିବେ । ସେଠାରେ ରାତ୍ରୀ ଯାପନ ପରେ ଆସନ୍ତାକାଲି (ଶୁକ୍ରବାର) ସକାଳ ୮ଟା ୩୦ ମିନିଟରେ ପୁନର୍ବାର ନିଜ ଗାଁ ରାଇକଳାରେ ୯ଟା ସମୟରେ ପହଞ୍ଚିବେ । ସେଠାରେ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେଇ ରାଇକଳାରୁ ଦିନ ୨ଟାରେ ବାହାରି କେନ୍ଦୁଝର ସର୍କିଟ୍ ହାଉସରେ ୨ଟା ୩୦ ମିନିଟରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀ ପୁନର୍ବାର ୩ଟା ୪୦ ମିନିଟରେ ସେଠାରୁ ବାହାରି ରାଇସୁଆଁ ଏଆର ଷ୍ଟ୍ରିପରେ ପହଞ୍ଚି ବିମାନ ଯୋଗେ ଭୁବନେଶ୍ୱର ଫେରିଯିବେ ।
ଓଡିଶାବାସୀଙ୍କୁ ଦୀପାବଳୀର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ''ଅନ୍ଧାରରୁ ଆଲୋକ ଓ ଅନ୍ୟାୟରୁ ନ୍ୟାୟ ଆଡକୁ ଯିବା ଆମକୁ ଏ ପର୍ବ ଶିଖାଏ । ଆମ ସଂସ୍କୃତି ଓ ପରମ୍ପରାର ଏହି ଧରାବରହକୁ ନେଇ ପାଳନ ହେଉଥିବା ଏହି ପର୍ବରେ ଓଡ଼ିଶାର ଲୋକମାନେ କିଭଳି ଶାନ୍ତି ରହିବେ ମୁ ମା' କାଳୀଙ୍କ ନିକଟରେ ପ୍ରାର୍ଥନା କରୁଛି । ମୁଁ ପୂର୍ବରୁ ପ୍ରତିବର୍ଷ ଏହି ସ୍ଥାନରୁ ଦୀପ କିଣି ପୁରୁଣା ସ୍ମୃତିକୁ ମନେପକେଇଲି । ଆମ ଓଡ଼ିଆ ବ୍ୟବସାୟୀଙ୍କଠାରୁ ଦୀପ କିଣି ଆମ ଅସ୍ମିତାର ନିଦର୍ଶନ ଦେଇ ବେଶ ଖୁସି ହେଲି । ''












Click it and Unblock the Notifications