Diwali 2024: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଦୀପାବଳି; ପୟାଶ୍ରାଦ୍ଧ ପକାଇ ବଡ଼ବଡୁଆଙ୍କୁ ଡାକିବେ

ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ। ଏଥିସହିତ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡୁଆଙ୍କୁ ଡାକିବେ। ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ପରିଲକ୍ଷିତ ହୋଇଛି । ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜି ଗଣନା ମଧ୍ୟରେ ତାଳମେଳ ରହୁନାହିଁ । ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି । କିଛି ଲୋକ ଗତକାଲି ଗୁରୁବାର ଗତକାଲି ଦୀପାବଳି ପାଳିଥିବା ବେଳେ କେହି କେହି ଆଜି ଦୀପାବଳି ପାଳନ କରିବା ସହ ପୟାଶ୍ରାଦ୍ଧ ପକାଇବେ।

ପୁରୀ ବଡ଼ଦାଣ୍ଡରେ ମଧ୍ୟ କିଛି ଶ୍ରଦ୍ଧାଳୁ ଗତକାଲି କାଉଁରିଆ ଜାଳିଥିଲେ। ତେବେ ଜ୍ୟୋତିର୍ବିଦ୍‌ ଓ ଗବେଷକଙ୍କ ମତରେ ଗୁରୁବାର ଅପରାହ୍ନ ସାଢ଼େ ୩ଟା ପରେ ଅମାବାସ୍ୟା ପ୍ରବେଶ କରୁଥିବାର ବଡ଼ବଡୁଆ ନ ଡାକିବାକୁ ପରାମର୍ଶ ଦେଇଥିଲେ।

Diwali 2024

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଜ୍ୟୋତିର୍ବିଦମାନେ ପାଞ୍ଜି ଅନୁଯାୟୀ ଅକ୍ଟୋବର ୩୧ତାରିଖ ରାତିରେ କାଳୀପୂଜା ଓ ନଭେମ୍ବର ୧ରେ ପୟାଶ୍ରାଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ।। ପାଞ୍ଜି ଗଣନାଙ୍କ ମତ ଅନୁସାରେ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ। ତେଣୁ ୧ତାରିଖରେ ଶ୍ରାଦ୍ଧ କରିବାକୁ ଗବେଷକ ଓ ଜ୍ୟୋତିର୍ବିଦ ପରାମର୍ଶ ଦେଇଛନ୍ତି। ତେବେ ଏପରି ସମସ୍ୟା କିଛିବର୍ଷ ହେବ ଦେଖିବାକୁ ମିଳୁଛି। ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପାଞ୍ଜୀ ସମୀକ୍ଷା ବୈଠକ ବସିଥାଏ। ଏହା ସତ୍ତ୍ୱେ ପାଞ୍ଜି ଗଣନାରେ ତ୍ରୁଟି ଓ ଦ୍ୱନ୍ଦ୍ୱ ରହୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପୂଜାପଣ୍ଡା ନିଯୋଗ ପକ୍ଷରୁ ଦାବି କରାଯାଇଛି।

ପୂଜାପଣ୍ଡା ନିଯୋଗ ପକ୍ଷରୁ କୁହାଯାଇଛି ଯେ, ଦୀପାବଳି ତଥା ପ୍ରୟାଶ୍ରାଦ୍ଧ କେଉଁଦିନ ପାଳନ ହେବ ସେ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ଲୋକେ କେଉଁଦିନ ପାଳନ କରିବେ ସେ ନେଇ ସନ୍ଦେହରେ ରହିଛନ୍ତି। ପୂର୍ବରୁ ଏପରି ସମସ୍ୟା ଦେଖାଯାଇଥିଲା। ଫଳରେ ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ପାଞ୍ଜି ସମ୍ବନ୍ବୟ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ଦ୍ୱାରା ପର୍ବପର୍ବାଣି ଗୋଟିଏ ଦିନରେ ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ପଞ୍ଜିକାରମାନଙ୍କୁ ଚିଠି କରାଯାଉଥିଲା। ସେମାନେ ବୈଠକରେ ଯୋଗଦେଉଥିଲେ। ଗଣନାକାରମାନେ ସେମାନଙ୍କ ଗଣନା କରି ଠିକ୍‌ ପାଞ୍ଜି ପ୍ରକାଶ କରୁଥିଲେ। ତେବେ କିଛି ବର୍ଷ ହେବ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଉଛି। ଉକ୍ତ ବୈଠକରେ ଗଜପତି ମହାରାଜାଙ୍କ ପ୍ରତିନିଧି, ଛତିଶା ନିଯୋଗ ନାୟକ, ପୂଜାପଣ୍ଡା, ଦଇତାପତି ନିଯୋଗ, ମୁକ୍ତିମଣ୍ଡପ, ଦେଉଳକରଣ, ତଢଉକରଣ ଏବଂ ପାଞ୍ଜି ପ୍ରକାଶନର ପ୍ରତିନିଧିମାନେ ଯୋଗଦେଇଥାନ୍ତି। ତେବେ ସେମାନଙ୍କର କ'ଣ ଉଦ୍ଦେଶ୍ୟ ରହିଛି ଯେ, ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ କରୁଛନ୍ତି। ସେମାନେ ଶ୍ରୀମନ୍ଦିର ପ୍ରଶାସନକୁ ଏକ ପାଣ୍ଡୁଲିପି ଦେଇଥାନ୍ତି। ଉକ୍ତ ପାଣ୍ଡୁଲିପିକୁ ମୁକ୍ତିମଣ୍ଡପ ଓ ପୂଜାପଣ୍ଡା ନିଯୋଗକୁ ପ୍ରଦାନ କରାଯାଇଥାଏ। ମୁକ୍ତିମଣ୍ଡପ କିଛି ସଂଶୋଧନ କରିଥାନ୍ତି। ସେହିପରି ପୂଜାପଣ୍ଡା ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପର୍ବପବାଣି ସମ୍ପର୍କରେ ତାଲିକା ପ୍ରଦାନ କରାଯାଇଥାଏ। ସେହି ଅନୁଯାୟୀ ପାଞ୍ଜିକାରମାନେ ଏକାଠି ବସି ତିଥି ଚୂଡ଼ାନ୍ତ କରିଥାନ୍ତି। ବର୍ତ୍ତମାନ ଦୀପାବଳି ଆମାବାସ୍ୟାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କେତେଜଣ ବ୍ୟକ୍ତି ସୋସିଆଲ ମିଡିଆରେ ଏଭଳି ତଥ୍ୟ ଉପସ୍ଥାପନା କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଶ୍ରୀମନ୍ଦିର ନୀତିକାନ୍ତି ଓ ପରମ୍ପରା ଅନୁସାରେ ପର୍ବ ପାଳନ କରିବା ଉଚିତ୍‌। ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୂଜାପଣ୍ଡା ନିଯୋଗ ଦାବି କରିଛି।

ସେହିପରି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ।, ପାଞ୍ଜି ତ୍ରୁଟି ଆଜିର ସମସ୍ୟା ନୁହେଁ, କେତେବର୍ଷ ଧରି ଏହା ଜାରି ରହିଛି। ଜ୍ୟୋତିଷମାନେ ଯେଭଁଭଳି ଭାବେ ପରିଶ୍ରମ କରିବା କଥା, ସେହିଭଳି କରୁନାହାନ୍ତି। ପାଶ୍ଚାତ୍ୟ ଦେଶକୁ ନକଲ କରୁଛନ୍ତି। ଅପରପକ୍ଷରେ ଯେଉଁମାନଙ୍କ ଅଧିକ ଜ୍ଞାନ ନାହିଁ ସେମାନେ ମଧ୍ୟ ପାଞ୍ଜି ପ୍ରସ୍ତୁତ କରୁଛନ୍ତି। ତାହା ଠିକ୍‌ ନୁହେଁ। ତେବେ ଏ ନେଇ ମୋ' ସହ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରୁନାହାନ୍ତି। ଆଲୋଚନା କଲେ ମୁଁ ଏହା ଉପରେ ମତ ରଖିବି ବୋଲି ଶଙ୍କରାଚାର୍ଯ୍ୟ ପ୍ରକାଶ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+