Get Updates
Get notified of breaking news, exclusive insights, and must-see stories!

ଆଜି ଆଲୋକର ପର୍ବ ଦୀପାବଳି, ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍

ଆଜି ଆଲୋକର ପର୍ବ ଦୀପାବଳି, ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ । ଦୀପାବଳିର କିଛି ଦିନ ପୂର୍ବରୁ ହିଁ ପ୍ରତ୍ୟକ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଆଜିର ଦିନରେ ଦୀପ ଜାଳିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠେ ପ୍ରତ୍ୟକ ଘର । ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ । ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ଫିକା ପଡିଯାଇଥିଲା ଆଲୋକର ପର୍ବ । ହେଲେ ଚଳିତ ବର୍ଷ ବେଶ ଧୂମଧାମରେ ପାଳନ କରାଯାଉଛି ଦୀପାବଳି ।

Diwali 2022
ପୁରାଣ ଅନୁଯାୟୀ, ୧୪ ବର୍ଷ ପରେ ରାମ, ରାବଣଙ୍କୁ ବଧ କରି ଦୀପାବଳିରେ ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାର ପ୍ରତ୍ୟକ ଘରେ ଘୃତ-ଦୀପ ଜାଳି ଆଜିର ଦିନରେ ରାମଙ୍କୁ ସ୍ୱାଗତ କରାଯାଇଥିଲା । ସେହିପରି ଦ୍ୱାପର ଯୁଗର ଦୀପାବଳି ଶ୍ରୀକୃଷ୍ଣ ନାରକାସୁରକୁ ବଧ କଲା ପରେ ତା'ପରଦିନ ବ୍ରଜବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ ।

ବଡ଼ବଡୁଆ ଡାକ
ବଡ ବଡୁଆ ହୋ,ବଡ ବଡୁଆ ହୋ...
ଅନ୍ଧାରରେ ଆସ ଆଲୁଅରେ ଯାଅ
ପୁରୁଷୋତ୍ତମ ମହାପ୍ରସାଦ ଖାଇ
ବାଇଶି ପାହାଚରେ ଗଡ ଗଡଉ ଥାଅ..

ପୁରାଣ ଅନୁସାରେ ହିନ୍ଦୁ ଧର୍ମରେ ମହାଳୟା ଦିନ ଠାରୁ ପିତୃ ପୁରୁଷ ମାନେ ମର୍ତ୍ତ୍ୟ ପୁରକୁ ଆସିଥାନ୍ତି । ସେଥିପାଇଁ ଉକ୍ତ ମାସକୁ ମହଳା ମାସ ମଧ୍ୟ କୁହାଯାଇଥାଏ । ଏହି ସମୟରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ତେଣୁ ମହାଳୟାକୁ ମର୍ତ୍ତ୍ୟକୁ ଆସିଥିବା ପିତୃ ପୁରୁଷ ମାନଙ୍କୁ ଏହିଦିନ ବିଦାୟ ଦିଆଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ଘରର ଦେଇପିଣ୍ଡିରେ କାଉଁରିଆ କାଠି ଜାଳି ବାଡି ପାଖ ଖତ ଗଦାରେ ପୋତା ଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିବା ପାଇଁ କାଉଁରିଆ କାଠି ଜାଳି ଆଲୋକ ଦେଖା ଯାଇଥାଏ । ଅନେକ ଲୋକ ଆଜି ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳି ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି । ଦୀପାବଳି ପାଇଁ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବା ପାଇଁ ମିଳୁଛି । ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶି ପାହାଚରେ ଶ୍ରାଦ୍ଧ ବା ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ିଆ ଡାକିଥାନ୍ତି ।

ସେହିପରି ଆଜି କାଳୀପୂଜା । କଟକରେ ୯୦ଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ କାଳୀ । ଆଜିଠୁ ମା'ଙ୍କ ପୂଜାର୍ଚ୍ଚନା କରାଯାଇ ଆସନ୍ତା ୨୮ ତାରିଖରେ ବିସର୍ଜନ କରାଯିବ । ସେହିପରି ପୁରୀର ପ୍ରସିଦ୍ଧ ମା ଦକ୍ଷିଣକାଳୀ., ଶ୍ୟାମାକାଳୀ ମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ରିତିନୀତିରେ ପୂଜାର୍ଚ୍ଚନା କରାଯାଉଛି । ମା ଶ୍ୟାମାକାଳୀଙ୍କ ମହାକାଳୀ ବେଶ ସହ ୨୧ ଅଖଣ୍ଡ ଦୀପ ଆମିଷ ଓ ଶଙ୍ଖୁଡ଼ି ଭୋଗ ଲାଗି କରାଯିବର ନିୟମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+