ରାଜଧାନୀରେ କେବଳ ଏହି 7ଟି ସ୍ଥାନରେ ହେବ ବାଣ ବିକ୍ରି, ଜାଣି ରଖନ୍ତୁ ଠିକଣା...
ରାଜଧାନୀରେ ସାତଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି। କମିସନରେଟ ପୋଲିସ, ଅଗ୍ନିଶମ ବିଭାଗ ଅନୁମତି ମିଳିବା ପରେ ବିକ୍ରି ହେବ ବାଣ ।
ଭୁବନେଶ୍ୱର: ରାଜଧାନୀରେ ସାତଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି। କମିସନରେଟ ପୋଲିସ, ଅଗ୍ନିଶମ ବିଭାଗ ଅନୁମତି ମିଳିବା ପରେ ବିକ୍ରି ହେବ ବାଣ । ଏଥିପାଇଁ ଦୋକାନୀଙ୍କୁ ଶହେ ବର୍ଗଫୁଟ ପାଇଁ ପ୍ରତିଦିନ ୧୬୦ ଟଙ୍କା ହିସାବରେ ବିଏମସିକୁ ଭଡ଼ା ଦେବାକୁ ପଡ଼ିବ। ସରକାରୀ ସ୍ଥାନର ସାମୟିକ ବ୍ୟବହାର ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।

ଗାଡ଼କଣ ଠାରେ ଶବରସାହି ମେଲଣ ପଡ଼ିଆ, ବମିଖାଲରେ ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରା ଠାରେ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବାପୁଜୀମଗରରେ ୟୁନିଟ-୧ ସରକାରୀ ହାଇସ୍କୁଲ ପଛପାଖରେ ବିକ୍ରି ହେବ ବାଣ। ସେହିପରି ଲକ୍ଷ୍ମୀସାଗରରେ ଲକ୍ଷ୍ମୀସାଗର ମେଲଣ ପଡ଼ିଆ, ବଡ଼ଗଡ଼ରେ ବଡ଼ଗଡ଼ ଶ୍ମଶାନ ସାମ୍ନା ଓ ବିଡିଏ ମାର୍କେଟ ପଛ ପାଖରେ ଖୋଲିବ ବାଣ ଦୋକାନ।
ଉଲ୍ଲେଖଥାଉ କି, ୨ ବର୍ଷର କୋଭିଡ କଟକଣା ପରେ ଚଳିତବର୍ଷ ସମସ୍ତେ ମିଳିମିଶି ପାଳନ କରିବେ ଦୀପାବାଳୀ । କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ରାଜ୍ୟ ରାଜଧାନୀରେ ବାଣ ବିକ୍ରି ଉପରେ କଟକଣା ଲାଗିଥିଲା । ଫଳରେ ଅନେକ ବାଣ ବ୍ୟବସାୟୀ ଦୀପାବଳିରେ ବାଣ ବିକ୍ରି କରିନପାରି କ୍ଷତି ସହିଥିଲେ । ରାଜ୍ୟ ସରକାରଙ୍କ ଏହି ଗ୍ରୀନ ସିଗନାଲ ପରେ ବ୍ୟବସାୟୀ ଭଲ ଦୁଇ ପଇସା ରୋଜଗାର କରିବାର ଆଶା ରଖିଛନ୍ତି । ଅନ୍ୟପଟେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଲାଗିଥିବାରୁ ଚଳିତ ବର୍ଷ ଦୀପାବଳିକୁ ଖୁବଧୁମଧାମର ପାଳନ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ରାଜ୍ୟବାସୀ ।












Click it and Unblock the Notifications