ଏଥର ଜମିବ ଦୀପାବଳି, ଭୁବନେଶ୍ୱରର ୭ଟି ସ୍ଥାନରେ ବିକ୍ରି ହେବ ବାଣ

ଏଥର ଜମିବ ଦୀପାବଳି ! ଭୁବନେଶ୍ୱରର ୭ଟି ସ୍ଥାନରେ ବିକ୍ରି ହେବ ବାଣ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଏଥର ବେଶ୍ ଧୂମଧାମରେ ପାଳିତ ହେବ ଆଲୋକର ପର୍ବ । ଦୀର୍ଘ ଦୁଇ ବର୍ଷ ପରେ ଏଥର ବିନା କଟକଣାରେ ଏହି ପର୍ବ ପାଳିବେ ରାଜ୍ୟବାସୀ । ଏନେଇ ଏବେଠୁ ଅନେକ ସ୍ଥାନରେ ବାଣ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭ଟି ସ୍ଥାନରେ ବିକ୍ରି ହେବ ବାଣ । ଏନେଇ ପ୍ରଶାସନ ପକ୍ଷରୁ ଅନୁମତି ମଧ୍ୟ ମିଳିସାରିଛି ।

ODISHA

ସୂଚନା ଅନୁସାରେ, ଭୁବନେଶ୍ୱର ଗାଡ଼କଣ ଶବର ସାହି ମେଲଣ ପଡ଼ିଆ, ବମିଖାଲ ମୌଜାର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରା ମୌଜାର ପଳାଶୁଣି ବିଜୁପଟ୍ଟନାୟକ ପଡିଆ, ବାପୁଜୀ ନଗରର ୟୁନିଟ ୧ ହାଇସ୍କୁଲ ପଛପଟ ଓ ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ସେହିପରି ବଡବଡ଼ର ମଧ୍ୟ ଦୁଇଟି ସ୍ଥାନରେ ବାଣ ବିକ୍ରି ନେଇ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ଲାଇସେନ୍ସ ପ୍ରାପ୍ତ ଦୋକାନୀ ବାଣ କିଣିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+