ଅରିନ୍ଦମଙ୍କୁ ନେଇ ରାଜନୀତି ଶିବିରରେ ଆଲୋଡନ; ଅଶ୍ୱିନୀଙ୍କ ପରେ ପ୍ରକାଶଙ୍କ ସହ ଫଟୋ ଭାଇରାଲ୍

ଅରିନ୍ଦମଙ୍କୁ ନେଇ ରାଜନୀତି ଶିବିରରେ ଆଲୋଡନ । ଯାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଠି କରିଛି । କେବଳ କଟକ ନୁହେଁ ରାଜନୀତିକୁ ହଲଚଲ୍‌ କରୁଛନ୍ତି ସିନେ ତାରକା ଅରିନ୍ଦମ ରାୟ । ଜାତୀୟ ଯୁବ ଦିବସରେ ସଂକଳ୍ପ ସମାବେଶ ନାଁରେ ଅରିନ୍ଦମଙ୍କ ହଟଚମଟ ଏବେ ଅନେକ ପ୍ରଶ୍ନ ଉଠିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ ପ୍ରସଙ୍ଗରେ ରୋଚକ ମନ୍ତବ୍ୟ ଦେଇଥିଲେ ଅରିନ୍ଦମ । ଆଉ ତାଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି ।

Arindam Roy

ଆଉ ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତା ଅରିନ୍ଦମ ରାୟ । କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ଗୋଟିଏ ଟେବୁଲରେ ପାଖାପାଖି ଅରିନ୍ଦମ ଓ ପ୍ରକାଶ ବେହେରା ବସିଥିବା ଦେଖିବାକୁ ମିଳିଛି । ତେବେ ଏହି ଫଟୋ କୋଉ ଦିନର, ତାହା ଜଣାପଡ଼ି ନାହିଁ। ତେବେ ଏହି ଫଟୋଟି ପ୍ରକାଶ ବେହେରାଙ୍କ ସାଲେପୁର ସ୍ଥିତ ଘର ବୋଲି ଚର୍ଚ୍ଚା ହେଉଛି । ଲଗାତାର ଭାବେ ଅରିନ୍ଦମଙ୍କ ଏପରି ଗୋଟିଏ ପରେ ଗୋଟିଏ ଫଟୋ ଭାଇରାଲ୍‌ ହେଉଥିବାରୁ କଟକ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି ।

ଦଳୀୟ କାର୍ଯ୍ୟକ୍ରମରେ ଯେବେ ଡକା ହୁଏ, ମୁଁ ନିଶ୍ଚିତ ପହେଞ୍ଚ ବୋଲି ଅରିନ୍ଦମ କହିଥିଲେ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଖା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଥିଲେ କିଏ କାହାକୁ ଦେଖା କରିବ ନକରିବ, କାହାକୁ ମନା ନାହିଁ ।

ମୁଁ ଦେଖା କରିଛି, କିଏ କଣ ଭାବିବେ ସେଥିରେ ମୋର କିଛି ମତ ନାହିଁ । ଅନ୍ୟ ଦଳରୁ ସୁଯୋଗ ମିଳିଲେ ଲଢ଼ିବେ କି ପ୍ରଶ୍ନରେ ଉତ୍ତରରେ ସମୟ କହିବ ବୋଲି କହିଛନ୍ତି ଅରିନ୍ଦମ ।

ସୂଚନା ଅନୁସାରେ, କଟକ ଧବଳେଶ୍ୱରଠାରେ ଡାକବଙ୍ଗଳାରେ କେନ୍ଦ୍ରମନ୍ତ୍ରୀଙ୍କୁ ଅରିନ୍ଦମ ଭେଟିବା ସହ ଫୁଲତୋଡା ଦେଇଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି 30 ମିନିଟ୍ ଧରି ଆଲୋଚନା ହୋଇଥିଲା ।

କଟକରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅରିନ୍ଦମଙ୍କୁ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ବେଳେ ସେ ଆଗ ଧାଡିରେ ବସିଥିଲେ । ଆଉ କାର୍ଯ୍ୟକ୍ରମ ଶେଷ ହେବା ପରେ ପାଣ୍ଡିଆନଙ୍କ ସହ ଏକାଠି ଛିଡା ହୋଇ ଫଟୋ ମଧ୍ୟ ଉଠାଇଥିଲେ । ହେଲେ କାର୍ଯ୍ୟକ୍ରମକୁ 48 ଘଣ୍ଟା ନପୁରୁଣୁ ଅଶ୍ୱିନୀଙ୍କ ସହ ଏହି ଫଟୋ ଚର୍ଚ୍ଚା ସୃଷ୍ଟି କରିଛି ।

2009 ମସିହାରୁ ବିଜେଡି ସହ ଅଛନ୍ତି ଅରିନ୍ଦମ । ବିଭିନ୍ନ ନିର୍ବାଚନରେ ଦଳ ତାଙ୍କୁ ଷ୍ଟାର ପ୍ରଚାରକ କରିଛି । ଏହା ପରେ 2016 ମସିହାରେ ସେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀକୁ ବିବାହ କରିଥିଲେ । ଏହା ପରଠୁ ସେ ଦଳରେ ଅଧିକ ସକ୍ରିୟ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+