ଆକ୍ସନ ମୁଡ଼ରେ ଜିଲ୍ଲାପାଳ; ୪୮ ଅଧିକାରୀଙ୍କ ଦରମା ବନ୍ଦ, ଜାଣନ୍ତୁ କାହିଁକି ?
ଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିରେ କଟକ ଜିଲ୍ଲାର କିଛି ବିଭାଗୀୟ ଅଧିକାରୀ ଜନ ଶୁଣାଣି ଅଭିଯୋଗକୁ ଅଣଦେଖା କରିଛନ୍ତି । ସେ ସବୁ ବିଭାଗର ଅଧିକାରୀଙ୍କ ଦରମା ବନ୍ଦ ପାଇଁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେ ସିନ୍ଧେଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଟ୍ରେଜେରୀ ଅଧିକାରୀଙ୍କୁ ନୋଟିସ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଲେଟର ନଂ ୩୭୮ ଗ୍ରୀଭାନ୍ସ ତାରିଖ ୦୭/୦୨/୨୦୨୫, ଲେଟର ନଂ ୪୮୮ଗ୍ରୀଭାନ୍ସ ତାରିଖ ୨୦/୦୨/୨୦୨୫ ଲେଟର ନଂ ୫୨୨ ଗ୍ରୀଭାନ୍ସ ତାରିଖ୨୫/୦୨/୨୦୨୫ରେ ନୋଟିସ କରାଯାଇ ଗ୍ରୀଭାନ୍ସ ଖିଲାପି ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ କରାଯାଇଛି ।

କଟକ ଜିଲ୍ଲାର ବହୁ ବିଭାଗୀୟ ଅଧିକାରୀଙ୍କ ସହ ସାଲେପୁର ବିଡ଼ିଓ ମାହାଙ୍ଗା, ବିଡ଼ିଓ ନିଶ୍ଚିନ୍ତକୋଇଲି ବିଡ଼ିଓ, ଟାଙ୍ଗୀ ଚୌଦ୍ବାର ବିଡ଼ିଓ, କଟକ ସଦର ବିଡ଼ିଓ, ଆଠଗଡ଼ ବିଡ଼ିଓ, ବାଙ୍କୀ ବିଡ଼ିଓ,ବଡମ୍ବା ବିଡ଼ିଓ, ତିଗିରିଆ ବିଡ଼ିଓ,ତହସିଲଦାରଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବହୁ ଅଧୀକାରୀଙ୍କ ସହ ଗ୍ରୀଭାନ୍ସ ଖିଲଫି ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ କରାଯାଇ ଥିବା ନେଇ ପ୍ରକାଶ ପାଇଛି ।












Click it and Unblock the Notifications