କୋରାପୁଟରେ ଅଖ ଚକ ବନ୍ଦ: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ ଆହ୍ୱାନ
କୋରାପୁଟ:କୋରାପୁଟରେ ଅଖ ଚକ ବନ୍ଦ । ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।
ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜା,ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ଆହ୍ୱନ ଦେଇଛି ଦଳ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ନେଇ ଏହି ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ କମିଟି ।
ସୂଚନା ଅନୁସାରେ, ସ୍ଥାନୀୟ ନିଯୁକ୍ତି, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରକିଷ୍ଠା ସହ ଅନ୍ୟାନ୍ୟ ଦାବିକୁ ନେଇ କଂଗ୍ରେସ ବିଧାୟକ ତାରାବାହୀନି ପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି । ବନ୍ଦର ପ୍ରଭାବ ଜିଲ୍ଲାରେ ଦେଖିବା ପାଇଁ ମିଳିଛି । ଜିଲ୍ଲା ବସ ମାଲିତ ସଂଘ ବସଚଳାଚଳ ବନ୍ଦ ରଖିବା ଥିବେ ବେଳେ ମଣିକ ସଂଘ ପକ୍ଷରୁ ଜିଲ୍ଲାର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ ଦିଆଯାଇଛି ।

ତେବେ ସୁଙ୍କି, ଚାନ୍ଦିଲି, କୋଟପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ଲମତାପୁଟ, ପଟ୍ଟାଙ୍ଗି, ସହ ବ୍ଲକ ସଦର ମହକୁମା, ପୌରପାଳିକା ଓ ଏଏନସିରେ ସମ୍ପୂର୍ଣ୍ଣ ରୁପେ ବନ୍ଦର ପ୍ରଭାବେ ଦେଖିବା ପାଇଁ ମିଳିଛି ।












Click it and Unblock the Notifications