ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି: ସୁରେଶ ପୂଜାରୀ
ନଦୀଗୁଡ଼ିକର ଜଳସ୍ତର ବଢୁଛି; କିନ୍ତୁ ବିପଦ ସଙ୍କେତ ସ୍ଥିତି ନାହିଁ ବୋଲି ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ କ୍ଷୟକ୍ଷତି । ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ୍ ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି, ଓଡ୍ରାଫ୍ ଓ NDRF ଟିମ୍ ମୁତୟନ ଅଛନ୍ତି। ଝାରସୁଗୁଡ଼ା, ସୁନ୍ଦରଗଡ଼ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି କହିଲେ ସୁରେଶ ପୂଜାରୀ। ସଂଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପଠାଯିବ।













Click it and Unblock the Notifications