ଝାଡ଼ାବାନ୍ତି ଅଂଚଳରେ ସ୍କୁଲ୍ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ,ମନ୍ତ୍ରୀ ଦେଲେ ସୂଚନା
ହଇଜା ମୁକାବିଲା ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ଏକ ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ୩ ଜିଲ୍ଲାରେ ସ୍ଥିତି ଦେଖି ଜିଲ୍ଲାପାଳ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ। ସ୍ଥିତି ଯଦି ଅଣାୟତ୍ତ ଥାଏ , ତେବେ ଜିଲ୍ଲାପାଳ ସ୍କୁଲ ବନ୍ଦ ରଖିପାରିବେ।

ମଧ୍ୟାହ୍ନ ଭୋଜନରେ ପିଲା ମାନଙ୍କୁ ଗରମ ଖାଦ୍ୟ ଦିଆଯିବ। ଏବଂ ଫୁଟା ପାଣି ପିଇବାକୁ ପିଲା ମାନଙ୍କୁ ନିର୍ଦେଶ ରହିଛି। ସ୍କୁଲରେ ଥିବା ପାଣି ଟାଙ୍କିକୁ ସଫା କରିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। କେନ୍ଦ୍ରୀୟ ଏବଂ ସ୍ଵାସ୍ଥ୍ୟ ବିଭାଗ ଟିମ୍ ଆଜି ଫୋକସ୍ ରେ ଥିବା ୩ ଜିଲ୍ଲା ଯଥା କଟକ , ଯାଜପୁର ଏବଂ ଭଦ୍ରକ ଜିଲ୍ଲା ଗସ୍ତ କରିବେ। ଏବଂ ଏହି ଟିମ୍ ସମସ୍ତ ପଦକ୍ଷେପର ସମୀକ୍ଷା ସହ ଯୋଜନା ପ୍ରସ୍ତୁତ କରିବେ।












Click it and Unblock the Notifications