ମଣ୍ଡି ଅନିୟମିତତା ପାଇଁ ୨ ଅଧିକାରୀ ସସ୍ପେଣ୍ଡ୍ କଲେ ଜିଲ୍ଲାପାଳ
ଆକ୍ସନ ମୁଡ଼ରେ ଜଗତସିଂହପୁର ଜିଲ୍ଲାପାଳ । ଜଗତସିଂହପୁର ବାଲିକୁଦା ମାଛଗାଁ ଧାନମଣ୍ଡିର ୨ ଅଧିକାରୀ ସସ୍ପେଣ୍ଡ୍ । ଅନିୟମିତତା ଅଭିଯୋଗରେ ସସ୍ପେଣ୍ଡ୍ କଲେ ଜିଲ୍ଲାପାଳ । ମଣ୍ଡି ନୋଡାଲ ଅଫିସର ମୋହନ ଚରଣ ଜେନା ସସ୍ପେଣ୍ଡ୍
। ଭାରାପ୍ରାପ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଶିଶିର ପଣ୍ଡା ମଧ୍ୟ ସସ୍ପେଣ୍ଡ ।

ଏହି ଦୁଇ କର୍ମଚାରୀ ମଣ୍ଡି ପରିଚାଳନା ଦାୟିତ୍ୱରେ ଥାଇ ମଧ୍ୟ କାର୍ଯ୍ୟରେ ଅବହେଳା କରି ଆସୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା। ଏହି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେବା ସହ ଚାଷୀଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ୪ ଦିନ ତଳେ ଟୋକନକୁ ନେଇ ଗଣ୍ଡଗୋଳ ହେବା ସହ ଚାଷୀ ଓ ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାର ସମୀକ୍ଷା କରି ଜଗତସିଂହପୁର ଜିଲାପାଳ ଆଜି ଏହି ଦୁଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାଛଗାଁ ଧାନ ମଣ୍ଡିରେ କାର୍ଯ୍ୟାନୁଷ୍ଠାନ ପରେ ଜିଲ୍ଲାର ଅନ୍ୟ ମଣ୍ଡି ଗୁଡ଼ିକରେ ନିୟୋଜିତ କର୍ମଚାରୀ ମାନେ ଭୟଭୀତ ହୋଇ ପଡ଼ିଥିବା କୁହାଯାଉଛି। ତେବେ ଅନ୍ୟ ମଣ୍ଡିରେ ଅବ୍ୟବସ୍ଥା ଥିଲେ ତାହା ସୁଧୁରିବ ନା ନାହିଁ ତାହା ଆଗାମୀ ଦିନଗୁଡ଼ିକରେ ଜଣାପଡ଼ିବ।












Click it and Unblock the Notifications