ଆସନ୍ତାକାଲି ଅଙ୍ଗନବାଡ଼ି ସହ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
ମାଲକାନଗିରି ଜିଲାରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଏଥିସହ ଅଙ୍ଗନଓ୍ବାଡି ମଧ୍ୟ ବନ୍ଦ ରହିବ।ଯେହେତୁ ଏବେ ଲଘୁଚାପ ରହିଛି। ଆଉ ପ୍ରଭାବରେ ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଉ ଆସନ୍ତାକାଲି ପାଇଁ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ତେଣୁ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। କେବଳ ସ୍କୁଲ ନୁହେଁ ଅଙ୍ଗନବାଡ଼ି ସହ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ଜିଲ୍ଲାପାଳ।












Click it and Unblock the Notifications