ଧୂପକାଠି ପ୍ରସ୍ତୁତକାରୀ ଏସଏଚଜି ମହିଳାଙ୍କୁ ସାଇକେଲ୍ ବଣ୍ଟନ

ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ଜରିଆରେ, ଆଇଟିସି ପାଇଁ ଧୂପକାଠି ବା ଅଗରବତୀ ପ୍ରସ୍ତୁତ କରୁଥିବା ଓଡ଼ିଶାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସାଇକଲ ପ୍ରଦାନ କରାଯାଇଛି । ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଓରମାସ୍‌ ମୁଖ୍ୟାଳୟ ପରିସରରେ ଆଜି ଓରମାସ ଏବଂ ଆଇ.ଟି.ସି.ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗ୍ରାମୀଣ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏଭଳି ପ୍ରୋତ୍ସାହନ ସେମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ । ଏହା ଦ୍ୱାରା ଅଧିକରୁ ଅଧିକ ମହିଳା ଧୂପକାଠି ପ୍ରସ୍ତୁତ ଭଳି ଲଘୁ ଉଦ୍ୟୋଗ କାର୍ଯ୍ୟରେ ନିଜକୁ ସାମିଲ କରି ଭଲ ରୋଜଗାର ମଧ୍ୟ କରିପାରିବେ । ଓରମାସ ଏବଂ ଆଇଟିସିର ଏଭଳି ପଦକ୍ଷେପକୁ ପ୍ରଂଶସା କରିବା ସହ ଆଗାମୀ ଦିନରେ ଓରମାସ ଏଭଳି ପଦକ୍ଷେପମାନ ଗ୍ରହଣ କରି ଗ୍ରାମୀଣ ଓଡ଼ିଶାର ଅର୍ଥନୀତିକୁ ଅଧିକ ସଶକ୍ତ କରିବାରେ ସହାୟକ ହେବେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଆଶାବ୍ୟକ୍ତ କରିଥିଲେ ।

ORMS

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାଇକେଲ ପ୍ରଦାନ ଅବସରରେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନି କହିଥିଲେ ଯେ ଏହି ସାଇକଲ ବଣ୍ଟନ ଆଗାମୀ ଦିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରେରଣା ଯୋଗାଇବ । ସେମାନେ ଖାଲି ଯେ ଆତ୍ମନିର୍ଭରଶୀଳ ହୋଇପାରିବେ ତା ନୁହେଁ ବରଂ ପରିବାର ଅନ୍ୟ ସଦସ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ସାଜି ପାରିବେ ।

ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିଭର୍ରଶୀଳ କରିବା ଓ ଏ ଦିଗରେ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିବାରୁ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଆଇ.ଟି.ସିକୁ ଧନ୍ୟବାଦ ଜଣାଇଥିଲେ । ନିଜ ଘରୁ, ସାଇକେଲ ଚଳାଇ ଧୂପକାଠି କ୍ଲଷ୍ଟରକୁ ଯିବା ଏବଂ ଏଥିପାଇଁ କାହା ଉପରେ ନିର୍ଭରଶୀଳ ନ ହେବା ସେମାନଙ୍କ ମନୋବଳକୁ ଆହୁରି ଦୃଢ଼ କରିବ । ଏଥିସହ ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ଓଡ଼ିଶାର ବିକାଶ ଦିଗରେ ଓରମାସର ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ ।

ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନି, ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆଇଟିସିଏମ୍‌ଏବି, ଚେନ୍ନାଇର ମୁଖ୍ୟ ପରିଚାଳକ ଶ୍ରୀ ଏମ. ମୁଲରୀଧରଙ୍କ ଉପସ୍ଥିତିରେ ଧୂପକାଠି ପ୍ରସ୍ତୁତ କରୁଥିବା ୩୦ ଜଣ ମହିଳାଙ୍କୁ ମନ୍ତ୍ରୀ ଶ୍ରୀ ଅମାତ ସାଇକେଲ ପ୍ରଦାନ କରିଥିଲେ । ବିଭିନ୍ନ ଜିଲ୍ଲାରେ ଧୂପକାଠି ପ୍ରସ୍ତୁତ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଧୂପକାଠି ତିଆରି କରୁଥିବା ୨୦୦ ଜଣ ରୋଲର୍ସଙ୍କୁ ଏହି ସାଇକଲ ବଣ୍ଟନ କରାଯିବ ।

ଧୂପକାଠି ତିଆରି ପାଇଁ, ଘରୁ ପ୍ରତିଦିନ କାରଖାନାକୁ ଚାଲି ଚାଲି ଆସୁଥିବା ଗ୍ରାମୀଣ ମହିଳାଙ୍କ ଯାତାୟତର ସୁବିଧା ପାଇଁ ଆଇଟିସି-ଏମ୍‌ଏବି, ଚେନ୍ନାଇ ଏହି ସାଇକଲ ଯୋଗାଇ ଦେଇଛନ୍ତି । ୨୦୦୯ ମସିହାରେ ଓରମାସ ଏବଂ ଦେଶର ଅଗ୍ରଣୀ କର୍ପୋରେଟ ବ୍ୟବସାୟ ପ୍ରତିଷ୍ଠାନ ଆଇ.ଟି.ସି, ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମା ଅନୁସାରେ ଆଇଟିସି ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଧୂପକାଠି ପ୍ରସ୍ତୁତ କରି ଯୋଗାଇ ଦେବା ପାଇଁ ସମସ୍ତ କଂଚାମାଲ ସହିତ ପ୍ରସ୍ତୁତ ଧୂପକାଠିକୁ ମଙ୍ଗଳଦୀପ୍‌ ନାମରେ ବ୍ରାଣ୍ଡିଂ ଏବଂ ପ୍ୟାକେଜିଂ କରି ବଜାରକୁ ବିକ୍ର ପାଇଁ ପଠାଉଛି ।

ଏହି ପ୍ରକଳ୍ପରେ ସାମିଲ ହୋଇ ମହିଳା ଏସ୍‌.ଏଚ୍‌.ଜି ସଦସ୍ୟାମାନେ ଭଲ ରୋଜଗାର କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ଆଶାତୀତ ଉନ୍ନତି ଆଣିପାରିଛନ୍ତି । ଏହି ଲଘୁ ଉଦ୍ୟୋଗ ଧୂପକାଠି ପ୍ରସ୍ତୁତିରେ ଅଧିକରୁ ଅଧିକ ମହିଳାଙ୍କୁ ନିୟୋଜନ କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଇ.ଟି.ସି ବିଭିନ୍ନ ସମୟରେ ଅନେକ କଲ୍ୟାଣମୂଳକ ପଦକ୍ଷେପମାନ ହାତକୁ ନେଇଛି । ବର୍ତ୍ତମାନ ଏହି ପ୍ରକଳ୍ପ ଅନୁଗୋଳ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା ଏବଂ ଗଞ୍ଜାମ ଆଦି ୧୨ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଓରମାସର ଜିଲ୍ଲାସ୍ତରୀୟ ୟୁନିଟ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୩୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକଳ୍ପ ଅଧିନରେ ଧୂପକାଠି ପ୍ରସ୍ତୁତ କରୁଛନ୍ତି ।

ଏଥିପାଇଁ ଆଇଟିସି ଓଡ଼ିଶାରେ ଧୂପକାଠି ପ୍ରସ୍ତୁତି ପାଇଁ ୧୦୦୦ରୁ ଅଧିକ ପେଡାଲ ଚାଳିତ ମେସିନ ବିନା ମୂଲ୍ୟରେ ଯୋଗାଇ ଦେଇଛି । ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା, ଓରମାସ୍‌ ମାସିକ ପ୍ରାୟ ୩୦ ମେଟ୍ରିକ ଟନ୍‌ ଧୂପକାଠି ପ୍ରସ୍ତୁତ କରି ଆଇ.ଟି.ସିକୁ ଯୋଗାଇ ଦେଉଛି । ଏହି ଯୋଜନାରେ କାମ କରୁଥିବା ମହିଳା ହିତାଧିକାରୀଙ୍କ ହାରାହାରି ମାସିକ ଆୟ ୩-୪ ହଜାର ଟଙ୍କା ହେଉଥିବାବେଳେ, ସେମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏକ ବିକଳ୍ପ ସ୍ଥାୟୀ ଜୀବିକା ହୋଇପାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+