ଗୋଟିଏ ଦିନରେ ଦୁଇଟି ପରୀକ୍ଷାକୁ ନେଇ ଅସନ୍ତୋଷ
ଗୋଟିଏ ଦିନରେ ଦୁଇଟି ପରୀକ୍ଷା। ଯାହାକୁ ନେଇ ଦ୍ଵନ୍ଦ୍ଵରେ ରହିଛନ୍ତି ପରୀକ୍ଷାର୍ଥୀ। ଯେଉଁ ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ସେମାନେ କିପରି ଦୁଇଟି ଯାକ ପରୀକ୍ଷା ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁସାରେ, ଆସନ୍ତା କାଲି ଅର୍ଥାନ ନଭେମ୍ବର ୯ ତାରିଖରେ ଆରଆଇ, ଏଆରଆଇ, ଅମିନ, ଆଇସିଡିଏସ ସୁପରଭାଇଜର ଆଦି ପଦବୀରେ ଲିଖିତ ପରୀକ୍ଷା ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଛି।

ଅନ୍ୟପଟେ ସେହିଦିନ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ମଧ୍ୟ ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଗୋଟିଏ ଦିନରେ ଦୁଇଟି ପରୀକ୍ଷା ରହିଥିଲେ ହେଁ ପରିଚାଳନା ଦାୟିତ୍ଵରେ ଥିବା ଦୁଇ ସରକାରୀ ସଂସ୍ଥା ଛାତ୍ରଛାତ୍ରୀଙ୍କ ଦ୍ଵନ୍ଦ୍ଵ ଦୂର କରିପାରି ନାହାନ୍ତି। ଯଦି ଗୋଟିଏ ଦିନରେ ଦୁଇଟି ଯାକ ପରୀକ୍ଷା ହୁଏ, ତେବେ ଅନେକ ମେଧାବୀ ଛାତ୍ରଛାତ୍ରୀ ଉଭୟ ପରୀକ୍ଷାରେ ଯୋଗଦେଇ ନ ପାରି ବଞ୍ଚିତ ରହିବେ। ତେଣୁ ଦୁଇଟି ପରୀକ୍ଷାକୁ ପୃଥକ ଦିନରେ କରିବାକୁ ବହୁ ଛାତ୍ରୀଛାତ୍ର ଦାବି କରିଛନ୍ତି।












Click it and Unblock the Notifications