ରାତିରେ କାମ କରୁଥିବା ବେଳେ ଅଘଟଣ; ୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ
ବରଗଡ଼: ୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ । ସୋହେଲା ଥାନା ଲୁହୁରାଚଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି । ୩ ଜଣ ଶ୍ରମିକ ଏନ୍ଏଚ୍ କାମରେ ନିୟୋଜିତ ଥିଲେ । କାମ କରୁଥିବା ବେଳେ ଟ୍ରକ ଚଢ଼ିଯାଇଥିବା ସୂଚନା ମିଳିଛି । ଗତକାଲି ରାତିରେ ଏହି ଅଘଟଣ ଘଟିଛି ।
ମୃତକ ୩ ଶ୍ରମିକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ NHAIର ଠିକା କର୍ମଚାରୀ ବୋଲି ଜଣାଯାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ସମ୍ପର୍କରେ କିଛି ସୂଚନା ମିଳିନି ।

ସୂଚନା ଯୋଗ୍ୟ, ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ରାସ୍ତା ଖରାପ ଥିବାରୁ ଗତ ରାତିରେ ସେଠାରେ ରାସ୍ତା କାମ ଚାଲିଥିଲା । ଉକ୍ତ ସମୟରେ ଅନ୍ଧାରରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରକ୍ଟି ଶ୍ରମିକମାନଙ୍କ ଉପରେ ଚଢ଼ି ଚାଲି ଯାଇଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ମୃତଦେହ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଲେ। ଖବର ପାଇ ତୁରନ୍ତ ସୋହେଲା ପୁଲିସ୍ ପହଞ୍ଚି ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଇଛି ।
୩ ଜଣଙ୍କୁ ଦଳି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଟ୍ରକ୍ । ଫଳରେ ଘଟଣାସ୍ଥଳରେ ହିଁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବରଗଡ଼ ଜିଲ୍ଲା ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା ।












Click it and Unblock the Notifications