ମଞ୍ଚରେ ମହାପ୍ରଭୁଙ୍କୁ ଅସମ୍ମାନ ପଡିଲା ମହଙ୍ଗା ; କଳାକାର କାହ୍ନା ସ୍ୱାଇଁଙ୍କ ନାଁରେ ମାମଲା ରୁଜୁ

କୋଟି ଓଡ଼ିଆଙ୍କ ମଉଡ଼ମଣୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ଘୋଡ଼ାଇ ରଖିଛନ୍ତି। ହେଲେ ତାଙ୍କୁ ଆଜି ଅସମ୍ମାନିତ କରାଯାଇଛି। ଖେଳଣା ପରି ଖୋଲା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାର ଗୋଟିଏ ବାହୁକୁ ଝୁଲାଇ ଝୁଲାଇ ନେଉଛନ୍ତି ଯାତ୍ରା ଖଳନାୟକ କାହ୍ନା ସ୍ୱାଇଁ। ରଙ୍ଗମଞ୍ଚରେ ଅଭିନୟ କଲା ବେଳେ ସେ ଏପରି ଜଘଣ୍ୟ ଅପରାଧ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ କାହ୍ନାଙ୍କ ନାଁରେ କଟକ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଯାତ୍ରା ସିଂହବାହିନୀର ଷ୍ଟାର ଆକ୍ଟର ହେଉଛନ୍ତି କାହ୍ନା ସ୍ୱାଇଁ। ସେ ଅନେକ ନାଟକରେ ଖଳ ଚରିତ୍ରରେ ଆସିଥାନ୍ତି। ଆଉ ନାୟକ ଓ ନାୟିକାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ଯାତ୍ରାପ୍ରେମୀ ଦେଖିଛନ୍ତି। ହେଲେ କାହ୍ନା ଏଥର ସବୁ ସୀମା ପାର କରିଛନ୍ତି। 'ବଡ଼ ବେଦରଦୀ କଳା ସାଆନ୍ତ' ନାଟକରେ ସେ ମହାପ୍ରଭୁଙ୍କ ପ୍ରତିମାକୁ ଅପମାନିତ କରିଛନ୍ତି। ସେ କେତେବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମାରେ ଲାଗି ହୋଇଥିବା ଫୁଲ ମାଳକୁ ଫିଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ମହାପ୍ରଭୁଙ୍କୁ ଲୁଗାରେ ବାନ୍ଧି ପିଠିରେ ପକାଇ ଖେଳଣା ପରି ନେଉଛନ୍ତି। ଆଉ କେତେବେଳେ ମହାପ୍ରଭୁଙ୍କ ପ୍ରତିମାକୁ ହାତରେ ଝୁଲାଇ ଝୁଲାଇ ନେଉଥିବା ଦେଖିବାକୁ ମିଳିଛି।

କେବଳ ଏତିକି ନୁହେଁ, 'ବଡ଼ ବେଦରଦୀ କଳା ସାଆନ୍ତ'ରେ ଏକ ସଂଳାପରେ କାହ୍ନା କହୁଛନ୍ତି, ... ମୁଁ ଜଗାକୁ ବୁଲାଇବାକୁ ନେଇଥିଲି।... ମୋ ଜଗା ଦିନ ରାତି ୨୪ ଘଣ୍ଟା ଗୋଟିଏ ମନ୍ଦିର ଭିତରେ ରହୁଛି। ତାକୁ କ'ଣ ଅଣ ନିଃଶ୍ୱାସୀ ଲାଗୁନଥିବ? ତାକୁ କ'ଣ ଟିକେ ବୋରିଂ ଲାଗୁନଥିବ? .... ଯଦି ଜଗାର ଜୀବନ ନାହିଁ, ତାହାହେଲେ ସକାଳେ ସନ୍ଧ୍ୟା ବେଳେ ତାଙ୍କୁ କାହିଁକି ମୁଣ୍ଡିଆ ମାରୁଛ? ତା' ପାଖକୁ କାହିଁକି ଗୁହାରି କରିବାକୁ ଆସୁଛ? ଜଗନ୍ନାଥଙ୍କୁ ନେଇ ପ୍ରଶ୍ନ କରାଯାଏନି। ମୋ' ଜଗାର ଜୀବନ ଅଛି। ଆମେ ଖାଉଛୁ, ସିଏ ବି ଖାଉଛି। ଅଳପ ନୁହେଁ, ଷାଠିଏ ପଉଠି ଛପନ ଭୋଗ ଖାଉଛି......। ଏମିତି କେତେ କ'ଣ କାହ୍ନା ସଂଳାପରେ କହୁଥିବା ଦେଖିବାକୁ ମିଳୁଛି।

କାହ୍ନାଙ୍କ ଏହି ସବୁ ଭିଡିଓ ଓ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଆଉ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଯାହା ପ୍ରତି ଓଡ଼ିଆଙ୍କୁ କୋଠାରଘାତ ଦେଇଛି। କାହ୍ନା ଜଣେ ଭଲ ଆକ୍ଟର ହୋଇଥିବେ, ହେଲେ କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁଙ୍କ ପ୍ରତିମା ସହିତ ଏମିତି ଦୁର୍ବ୍ୟବହାର କରିବା ପାଇଁ ତାଙ୍କୁ କିଏ ଅନୁମତି ଦେଲା? ଏବେ ସାଧାରଣରେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+