ବିବାଦର ସମାଧାନ କରାଯିବ, କୋଟିଆ ପିଲା ଆନ୍ଧ୍ରର ନୁହେଁ; ମନ୍ତ୍ରୀ

କୋଟିଆ ପିଲା ଆନ୍ଧ୍ର ବିଦ୍ୟାଳୟରେ ନୁହେଁ, ଓଡ଼ିଆ ପଢ଼ିବେ ଓଡ଼ିଶାରେ ରହିବେ । ଏଭଳି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି, କୋଟିଆ ବିବାଦର ସମାଧାନ କରାଯିବ । ଆନ୍ଧ୍ର ଜବରଦସ୍ତ କୋଟିଆ ଅଞ୍ଚଳରେ ପ୍ରବେଶ କରୁଛି ଲୋକଙ୍କୁ ପ୍ରଲୋଭିତ କରିବାକୁ ଷଡଯନ୍ତ୍ର କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଦେଉଛି ।

Nityananda gond

ଲୁଚିଛପି ଆନ୍ଧ୍ର ଅଧିକାରୀ କୋଟିଆରେ ପ୍ରବେଶ କରୁଥିବା ନଜରକୁ ଆସିଛି । କୋଟିଆରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗମନାଗମନ ସୁବିଧା, ପ୍ରତ୍ୟେକ ଯୋଜନା କିଭଳି ସଫଳ ରୁପାୟନ ହେବ ସେନେଇ ପଦକ୍ଷେପ, ଶିକ୍ଷା, ସ୍ଵାସ୍ଥ୍ୟ ସେବା କିଭଳି ଉନ୍ନତମାନର ହେବ ସେନେଇ କାମ କରୁଛନ୍ତି ଜିଲ୍ଲା ପ୍ରଶାସନିକ ଅଧିକାରୀ । ଓଡ଼ିଶାର କୋଟିଆ ସୀମାରେ ଥିବା ଆନ୍ଧ୍ର ପକ୍ଷରୁ ଚାଲୁଥିବା ବିଦ୍ୟାଳୟର ଆବଶ୍ୟକତା ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଓଡ଼ିଆ ମାଟିରେ ଓଡ଼ିଆ ପଢ଼ିବେ, ଓଡ଼ିଶାର ହୋଇ ରହିବେ ସେ ବ୍ୟବସ୍ଥା ରାଜ୍ୟ ସରକାର ପକ୍ଷରୁ ଖୁବଶୀଘ୍ର ନିଆଯିବ । ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ବ ଦିଆଯାଉଛି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+