ଦଶମ ଓ ଦ୍ୱାଦଶ ଶ୍ରେଣୀ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ନିମନ୍ତେ ପରୀକ୍ଷାରେ ମିଳିବ ଏହି ସବୁ ସୁବିଧା ସୁଯୋଗ
ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଓସେପା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ନିମନ୍ତେ ପରୀକ୍ଷାରେ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଅଧିକ ସଂଖ୍ୟକ ଭିନ୍ନକ୍ଷମ ପରୀକ୍ଷାର୍ଥୀ କିଭଳି ଏହି ସୁବିଧାସୁଯୋଗ ପାଇପାରିବେ, ସେଥି ପାଇଁ ବିହିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି।

ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉପଲବ୍ଧ ସୁବିଧାଗୁଡିକ ଯଥା: ସହାୟକ ଲେଖାଳି, ଏକ ଘଣ୍ଟାର ପରୀକ୍ଷା ସମୟ ଅବଧି ପାଇଁ ଅତିରିକ୍ତ ୨୦ ମିନିଟ, ଯଥା ସମ୍ଭବ ତଳ ମହଲାରେ ପରୀକ୍ଷା ସ୍ଥାନର ବ୍ୟବସ୍ଥା, ଶ୍ରବଣ ବାଧିତଙ୍କ ନିମନ୍ତେ ଦ୍ୱିତୀୟ ଭାଷା SEP ଓ ତୃତୀୟ ଭାଷା ଭାବେ ଭିଜୁଆଲ ଆର୍ଟ ଚୟନ କରିବାର ବିକଳ୍ପ ବ୍ୟବସ୍ଥା, ତଥା ଶତକଡା ୫୦ ଭାଗ ପର୍ଯ୍ୟନ୍ତ ଶ୍ରେଣୀ ଉପସ୍ଥାନରେ କୋହଳ କରାଯିବା ବ୍ୟବସ୍ଥା ରହିଛି । ଦ୍ୱାଦଶ ଶ୍ରେଣୀର ସମସ୍ତ ବର୍ଗର ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉପରୋକ୍ତ ସୁବିଧା ସହ ପରୀକ୍ଷା ଫିସରେ କୋହଳ ଏବଂ ଶ୍ରବଣ ବାଧିତ ପରୀକ୍ଷାର୍ଥୀଙ୍କ ନିମନ୍ତେ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର ବ୍ୟବସ୍ଥା କରାଯାଇଛି । ଦଶମ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟ୍ www.bseodisha.ac.in ଏବଂ ଦ୍ୱାଦଶ ପରୀକ୍ଷାର୍ଥୀମାନେ www.chseodisha.nic.inରେ ଲଗ୍ଇନ୍ କରି ଅଧିକ ବିବରଣୀ ହାସଲ କରିପାରିବ । ଏହି ପରିପ୍ରେକ୍ଷୀରେ ଓସେପା ଦ୍ୱାରା ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଙ୍କ ତରଫରୁ ପ୍ରଦତ୍ତ ରିହାତି/ସୁବିଧା ସମ୍ପର୍କିତ ଏକ ସୂଚନା ପୁସ୍ତିକାକୁ ପ୍ରମୁଖ ଶାସନ ସଚିବ ଉନ୍ମୋଚନ କରିଥିଲ । ଆଜିର ବୈଠକରେ ଅନୁପମ ସାହା, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ସଭାପତି ଏବଂ ସମ୍ପାଦକ, ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ତଥା ଉପାଧ୍ୟକ୍ଷ ଏବଂ ଉପ ପରୀକ୍ଷା ନିୟନ୍ତ୍ରକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପ୍ରମୁଖ ଯୋଗ ଦେଇଥିଲେ ।
-
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ












Click it and Unblock the Notifications