ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ଦୁଇ ଛାତ୍ର ମୃତ

ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । କୁଆଖାଇ ନଦୀରେ ବୁଡି ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ । ମୃତକ ଦୁଇ ଜଣ ଭୁବନେଶ୍ୱରର ଏକ ଘରୋଇ ଟିଉସନର ଛାତ୍ର ବୋଲି ସୂଚନା ମିଳିଛି ।

river

ଖବର ଅନୁଯାୟୀ, ଭୁବନେଶ୍ୱରର ଏକ ଘରୋଇ ଟିଉସନର ପାଠ ପଢନ୍ତି ଦୁଇ ଛାତ୍ର । ବୁଧବାର ଦିନ ସକାଳ ସମୟରେ ଦୁଇ ଜଣ ଛାତ୍ର ସରସ୍ୱତୀ ମୂର୍ତ୍ତିକୁ ନେଇ ବାଲିଅନ୍ତା ଥାନା ରଙ୍ଗ ବଜାର ନିକଟରେ ଥିବା କୁଆଖାଇ ନଦୀକୁ ବିସର୍ଜନ ପାଇଁ ଯାଇଥିଲେ । ହେଲେ ମୂର୍ତ୍ତି ବିସର୍ଜନ ବେଳେ ଘଟିଲା ଅଘଟଣ । ପାଣିରେ ବୁଡିଗଲେ ଦୁଇ ଜଣ ଛାତ୍ର । ଏହାପରେ ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତଦେହ ଘୋଷଣା କରିଛନ୍ତି । ତେବେ ଦୁଇ ମୃତ ଛାତ୍ର ଭୁବନେଶ୍ୱର ପିଚୁ ବସ୍ତି ଅଞ୍ଚଳ ବୋଲି ଜଣାପଡିଛି । ଘଟଣାରେ ବାଲିଅନ୍ତା ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ଏହାସହିତ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ଅପେକ୍ଷା ରଖିଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+