ବିଶ୍ଵକର୍ମା ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ ; ବୁଡ଼ିଗଲେ ଦୁଇ ଛାତ୍ର, ଉଦ୍ଧାର କାର୍ଯ୍ୟ ଜାରି
ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଠପାଳ ବନ୍ଧରେ ବୁଡି ୨ ଯୁକ୍ତଦୁଇ ଛାତ୍ର ନିଖୋଜ ଥିବା ଜଣାପଡିଛି ।

ଛାତ୍ରଦ୍ବୟ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି । ଘଟଣା ସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଛାତ୍ରଦ୍ବୟ ହେଲେ ବାଦାମପାହାଡ଼ ଅଞ୍ଚଳର ଠାକୁର ସୋରେନ ଓ କରଞ୍ଜିଆ ତାଟୋ ଅଞ୍ଚଳର ବଡ଼ଗାଁର ଭାଗ୍ୟ ପ୍ରକାଶ ପାତ୍ର ।
ଉଭୟ ହଷ୍ଟେଲରେ ରହି ପାଠପଢୁଥିବା ଜଣାପଡିଛି । ସୂଚନା ଥାଉକି ଗଣେଜ ପୂଜା ମୂର୍ତ୍ତି ବିସର୍ଜନ ସମୟରେ ବାରିପଦା ସଦରଥାନା ଅଧୀନ ଲକ୍ଷ୍ମୀପୋଷୀ ନିକଟ ସୁବର୍ଣ୍ଣରେଖା କେନାଲରେ ୨ଜଣ ଓଏଭି ଛାତ୍ର ବୁଡିବାର ୪ଦିନ ପରେ ପୁଣି ଏଭଳି ଘଟଣା ଚିନ୍ତାଜନକ ସାଜିଛି ।












Click it and Unblock the Notifications